RCB vs CSK ନକ୍‌ଆଉଟ ମ୍ୟାଚ୍‌ରେ ବୋଲିଂ କରିବେ କି ଧୋନି ? ଆସିଲା ଅଭ୍ୟାସ ବେଳର ଭିଡିଓ

ମ୍ୟାଚ୍‌ର ଫଳାଫଳ ଯାହା ବି ହେଉ, କ୍ରିକେଟ୍ ପଡ଼ିଆରେ ଏମ୍‌ଏସ୍‌ ଧୋନିଙ୍କ ଉପସ୍ଥିତି ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରିଦିଏ । ଆଇପିଏଲ୍‌ ୨୦୨୪ରେ ଧୋନିଙ୍କୁ ନେଇ ଆଶ୍ଚର୍ଯ୍ୟଜନକ କ୍ରେଜ୍ ଦେଖିବାକୁ ମିଳିଛି ।

ମ୍ୟାଚ୍‌ର ଫଳାଫଳ ଯାହା ବି ହେଉ, କ୍ରିକେଟ୍ ପଡ଼ିଆରେ ଏମ୍‌ଏସ୍‌ ଧୋନିଙ୍କ ଉପସ୍ଥିତି ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରିଦିଏ । ଆଇପିଏଲ୍‌ ୨୦୨୪ରେ ଧୋନିଙ୍କୁ ନେଇ ଆଶ୍ଚର୍ଯ୍ୟଜନକ କ୍ରେଜ୍ ଦେଖିବାକୁ ମିଳିଛି । ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ନକ୍ଆଉଟ୍ ମ୍ୟାଚ୍ ପୂର୍ବରୁ CSKର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ନେଟ୍‌ସ ପ୍ରାକ୍ଟିସ୍‌ ସମୟରେ ଧୋନି ବୋଲିଂ କରୁଥିବାର ଦେଖିବାକୁ ମିଳିଛି ।

ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ‘ଡୁ ଔର୍‌ ଡାଏ’ ମ୍ୟାଚ୍ ପୂର୍ବରୁ CSK ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛି । ଏଥିରେ ଦେଖାଯାଉଛି କି, ଏମ୍‌ଏସ୍‌ ଧୋନି ବୋଲିଂ ଅଭ୍ୟାସ କରୁଛନ୍ତି । ଭିଡିଓରେ ଏହି ମହାନ୍‌ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଦଳର ନେଟ୍ ପ୍ରାକ୍ଟିସ୍‌ ସମୟରେ ବୋଲିଂ କରୁଛନ୍ତି । ଏମିତିରେ ପ୍ରଶଂସକମାନେ ଅନୁମାନ କରିଛନ୍ତି ଯେ ସେ ଆଗାମୀ ମ୍ୟାଚ୍‌ରେ କୌଣସି ସରପ୍ରାଇଜ୍‌ ଦେଇପାରନ୍ତି ।

ଯଦି ଚେନ୍ନାଇ ସୁପର କିଙ୍ଗ୍ସକୁ ପ୍ଲେ ଅଫ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିବାର ଅଛି, ତେବେ ଦଳକୁ କୌଣସି ବି ପରିସ୍ଥିତିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁୁରୁକୁ ପରାସ୍ତ କରିବାକୁ ପଡିବ । ଯଦି ଏହା ହେଲା, ତା’ ହେଲେ CSK ବିଜୟ ସହିତ ୧୬ ପଏଣ୍ଟ ପାଇଯିବ ଏବଂ ପ୍ଲେ ଅଫ୍‌ର ଚତୁର୍ଥ ଟିମ୍‌ ହେବ । ଆଉ ଯଦି ଚେନ୍ନାଇ ଆର୍‌ସିବିଠାରୁ ୧୮ ରନ୍‌ରୁ କମ୍ କିମ୍ବା ୧୧ ବଲ୍‌ରୁ କମ୍ ବ୍ୟବଧାନରେ ହାରେ, ତେବେ ମଧ୍ୟ ଋତୁରାଜ ଗାୟକଓ୍ଵାଡଙ୍କ ଦଳ ମ୍ୟାଚ୍ ହାରିବା ସତ୍ତ୍ୱେ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବ ।

କହି ରଖୁଛୁ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମେ’ ୧୮ରେ ଆଇପିଏଲ୍‌ ମ୍ୟାଚ୍‌ ଖେଳାଯିବ । ଉଭୟ ଟିମ୍‌ ପାଇଁ ଏହା ନକ୍‌ଆଉଟ ମ୍ୟାଚ୍‌ । ଏହି ମ୍ୟାଚ୍‌ ପୂର୍ବରୁ ଧୋନିଙ୍କୁ ନେଟ୍‌ସରେ ବୋଲିଂ କରୁଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.