ଟି୨୦ ବିଶ୍ୱକପ ୨୦୨୪: ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଲେ ନାମ୍ବିଆ ଏବଂ ଓମାନ, ସୁପର-୮ରୁ ବାଦ୍

ଟି୨୦ ବିଶ୍ୱକପ ୨୦୨୪ରେ ଏପର୍ଯ୍ୟନ୍ତ ୨୪ ମ୍ୟାଚ ଖେଳ ସାରିଲାଣି । ଚଳିତ ଟୁର୍ଣ୍ଣାମେଣ୍ଟରେ ୨୦ଟି ଟିମ୍ ଖେଳୁଛି । କେତେ ଟିମ ସୁପର-୮ରେ ପହ୍ଚିଛି । କିନ୍ତୁ ଚଳିତ ଟୁର୍ଣ୍ଣାମେଣ୍ଟରେ ୨ଟି ଟିମ୍ ସୁପର-୮ ରେସରୁ ବାଦ୍ ପଡିଛନ୍ତି । ନାମ୍ବିଆ ଏବଂ ଓମାନ ଟିମ୍ ବିଶ୍ୱକପରୁ ବାଦ୍ ପଡିଛି ।
ଆଜି ଅଷ୍ଟ୍ରେଲିଆ ଏବଂ ନାମ୍ବିଆ ମଧ୍ୟରେ ମ୍ୟାଚ ଥିଲା । ନର୍ଥ ସାଉଣ୍ଡର ସର ଭିଭିଅନ ରିଚାର୍ଡ ଷ୍ଟାଡି’ମରେ ଖେଳାଯାଇଥିବା ମ୍ୟାଚରେ ନାମ୍ବିଆ ଟିମ୍ ପ୍ରଥମେ ବ୍ୟାଟିଂ କରି ୭୨ ରନ୍ କରି ଅଲଆଉଟ ହୋଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର ୫.୪ ଓଭରରେ ଏକ ଓ୍ଵିକେଠ ହରାଇ ୭୪ ରନ୍ କରିଥିଲା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ।
ସେହିପରି ଓମାନ ଟିମ୍ ସୁପର-୮ ରେସରୁ ବାଦ୍ ପଡିସାରିଛି । ଟି୨୦ ବିଶ୍ୱକପରେ ଗୋଟିଏ ବି ମ୍ୟାଚ ଜିତିନାହିଁ ଓମାନ ।
ନାମ୍ବିଆ ଏବଂ ସମାନ ଟିମ୍ ଗ୍ରୁପ ବିରେ ରହିଛି । ଏହି ଗ୍ରୁପରେ ସୁପର-୮ ରେସରେ କେବଳ ୩ଟି ଟିମ୍ ରହିଛି । ଅଷ୍ଟ୍ରେଲିଆ ସୁପର-୮ରେ ଏଣ୍ଟ୍ରି କରିସାରିଛି । ଏବେ ବଂଚିଥିବା ଗୋଟିଏ ସ୍ଥାନ ପାଇଁ ସ୍କଟଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଟକ୍କର ହେବ । ସ୍କଟଲାଣ୍ଡ ୩ଟି ମ୍ୟାଚରୁ ୫ ପଏଣ୍ଟ ପାଇଛି । ସେହିପରି ଇଂଲଣ୍ଡ ୨ଟି ମ୍ୟାଚରୁ ୧ ପଏଣ୍ଟ ମିଳିଛି । ଇଂଲଣ୍ଡ ସୁପର-୮ରେ ପହଂଚିବା ବହୁତ ମୁସ୍କିଲ । ଯଦି ଇଂଲଣ୍ଡ ଗୋଟିଏ ମ୍ୟାଚ ହାରିବ ତେବେ ସୁପର-୮ ରେସରୁ ବାଦ୍ ପଡିବ । ସ୍କଟଲାଣ୍ଡ ଜିତିଲେ ବି ଇଂଲଣ୍ଡ ବାଦ୍ ପଡିବ ।