ବାଇକକୁ ପିଟିଲା କାର ଘଟଣାସ୍ଥଳରେ ଭାଇ ଭଉଣୀ ମୃତ

ନରସିଂହପୁର (କେନ୍ୟୁଜ୍): ବଡମ୍ବା ଥାନା ଅନ୍ତର୍ଗତ ଭଟ୍ଟାରିକା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକକୁ ପିଟିଲା କାର ଘଟଣାସ୍ଥଳରେ ଭାଇ ଭଉଣୀ ମୃତ । ନରସିଂହପୁର ଭଟ୍ଟାରିକା ଛକ ଠାରେ ଏକ କାଇକ୍ ଯୋଗେ ଭାଇଭଉଣୀ କୌଣସି କାର୍ଯ୍ୟରେ ଯାଉଥିଲେ । ହଠାତ୍ କାର୍ ଆସି ଧକ୍କା ଦେଇଥିଲା ଫଳରେ ଦୁର୍ଘଟଣାରେ ଭାଇ ଭଉଣୀଙ୍କ ଜୀବନ ଚାଲିଯାଇଛି । ବନମାଳୀପୁର ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ମୃତ୍ୟୁବରଣ ହୋଇ ଥିବା ବେଳେ ଗୁରୁତର ଅବସ୍ଥାରେ ବଡମ୍ବା ଡାକ୍ତର ଖାନାରେ ପାଲିଆ ସାହୁ ଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।