ଭାରି ହେଇଗଲା ଅମୃତଭଣ୍ଡାର ଓଜନ ଓଲଟିପଡିଲା ଟ୍ରକ୍‌, ଗାଡି ଭିତରେ ଚାପି ରହି ଚାଲିଗଲା ଚାଳକର ଜୀବନ

ସୋର (କେନ୍ୟୁଜ) : ସବୁଦିନ ପରି ଆଜି ବି ଗାଡି ଚଲାଇ ଯାଉଥିଲେ । କିନ୍ତୁ ଏଥର ଭାରି ହେଇଗଲା ଅମୃତଭଣ୍ଡାର ଓଜନ । କିଏ ଜାଣିଥିଲା ଏମିତି କିଛି ହେଇଯିବ ବୋଲି । ଅମୃତଭଣ୍ଡା ଯେ କାହାର ଜୀବନ ନେଇଯିବ କେହି ବି ଜାଣିନଥିଲେ । ଚାଳକ ଜଣଙ୍କ ଜାଣିନଥିଲେ ସେ ଯେଉଁ ଅମୃତଭଣ୍ଡା ନେଇ ଯାଉଛନ୍ତି ତାପାଇଁ ତାଙ୍କ ଜୀବନ ଚାଲିଯିବ ବୋଲି ।

ହଁ ଆଜ୍ଞା କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ, କିନ୍ତୁ ବାସ୍ତବରେ ଏମ ିତି ର୍ହି ହୋଇଛି । ଅମୃତଭଣ୍ଡାର ଅତ୍ୟଧିକ ଓଜନ ପାଇଁ ଚାଲି ଯାଇଛି ଜଣେ ଚାଳକଙ୍କ ଜୀବନ । ସବୁଦିନ ଭଳି ନିଜ ଗାଡିରେ ମାଲ ଲଦି ନେଉଥିଲେ । ପାଖରେ ବସିଥାନ୍ତି ହେଲପର । କିନ୍ତୁ ଏଥର ଏହି ମାଲ ତାଙ୍କୁ ମୃତ୍ୟୁ ଶର୍ଯ୍ୟାରେ ଶୁଆଇଦେବ ଏହା ସେ ଜାଣିନଥିଲେ ।

ଟ୍ରକରେ ଅମୃତଭଣ୍ଡା ଲୋଡ୍‌ କରି ନେଉଥିଲେ, ହେଲେ ଦରକାର ଠୁ ଅଧିକ ହେଇଗଲା ଅମୃତଭଣ୍ଡାର ଓଜନ । ସେଥିପାଇଁ ବାଟରେ ଭାରସାମ୍ୟ ହରାଇ ବସିଲେ ଚାଳକ ଜଣଙ୍କ । ତାପରେ ପୋଲ ତଳକୁ ଖସି ପଡିଲା ଅମୃତଭଣ୍ଡା ବୋଝେଇ ଟ୍ରକ । ଆଉ ତାପରେ ଘଟିଗଲା ବଡ ଅଘଟଣ । ଏତେ ଜୋରରେ ଟ୍ରକଟି ଓଲଟି ପଡିଲା ଯେ ଚାଳକ ବି ଚାପି ହୋଇ ରହିଗଲେ ଗାହି ଭିତରେ ।

ବାଲେଶ୍ଵର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସିମୁଳିଆ ଠାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଯେଉଁଠି ଅମୃତଭଣ୍ଡା ଵୋଝେଇ ଟ୍ରକ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରକଟି ଆନ୍ଧ୍ରରୁ ପାଟଣା ଯାଉଥିଲା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା । ଯାହା ଫଳରେ ତହସିଲ ରାସ୍ତାରେ ଟ୍ରକଟି ଓଲଟି ପଡିୂଲା । ଟ୍ରକ ଓଲଟି ପଡିବା କାରଣରୁ କିଛି ସମୟ ଯାତାୟାତରେ ବାଧା ସୃଷ୍ଟି ହେଲା । ଚାହୁଁ ଚାହୁଁ ଘଟଣା ସ୍ଥଳରେ ରୁଣ୍ଡ ହୋଇଗଲେ ଲୋକମାନେ ।

ଲୋକମାନେ ଯାଇ ଦେଖନ୍ତି ତ ଟ୍ରକ ଭିତରେ ଚାପି ଯାଇ ଘଟଣା ସ୍ଥଳରେ ଚାଳକଙ୍କର ଜୀବନ ଚାଲିଯାଇଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତି ଗାଡ଼ି ଡ୍ରାଇଭର ଥିବା ବେଳେ ସେ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଗୁଣ୍ଟୁରୁର ଅଞ୍ଚଳର ଶ୍ରୀ ନିଵାସ ରାଓ ମଣ୍ଡଳ ବୋଲି ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଛି । ସୌଭାଗ୍ୟବସତଃ ଟ୍ରକରେ ଡ୍ରାଇଭରଙ୍କ ପାଖରେ ବସିଥିବା ହେଲପର ସୁରକ୍ଷିତ ଅଛନ୍ତି । କହିବାକୁ ଚାହିଁବୁ ଯେ ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି ।

Leave A Reply

Your email address will not be published.