ବଦଳିଲା ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବ ତାରିଖ, ୧୦ ନୁହେଁ ୧୨ରେ ହେବ ସମାରୋହ

ଭୁବନେଶ୍ୱର (କେନ୍ୟୁଜ): ଜୁନ୍ ୧୦ ନୁହେଁ ୧୨ ତାରିଖରେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ । ବୁଧବାର ଭୁବନେଶ୍ବର ଜନତା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ । ପୂର୍ବରୁ ବିଜେପି କ୍ଷମତାକୁ ଆସିଲେ ୧୦ ତାରିଖରେ ଶପଥ ଉତ୍ସବ ହେବ ବୋଲି ମୋଦି କହିଥିଲେ ।  ଏପଟେ କିଏ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ  ।  ସେନେଇ ଚାଲିଛି ଅଙ୍କକଷା। ଆସନ୍ତାକାଲି ବିଧାୟକ ଦଳ ବୈଠକ ହେବ। ମୁଖ୍ୟମନ୍ତ୍ରୀ ରେସରେ ନାହାନ୍ତି ବୋଲି ଗତକାଲି ଦିଲ୍ଲୀରୁ ଫେରିବା ପରେ ଏହି ସୂଚନା ଦେଇଛନ୍ତି ମନମୋହନ ସାମଲ।

ତେବେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଅଛନ୍ତି । ମନମୋହନ ସାମଲ, କେଭି ସିଂହଦେଓ, ମୋହନ ମାଝିଙ୍କ ପରେ ଏବେ ଏହି ରେସରେ ଯୋଡ଼ି ହୋଇଛି ବରିଷ୍ଠ ନେତା ସୁରେଶ ପୂଜାରୀଙ୍କ ନାଁ । ଆହୁରି ମଧ୍ୟ ସୂର୍ଯ୍ୟବଂଶୀ ସୂରଜ ଏବଂ ସୁରମା ପାଢ଼ୀଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ରେସ୍ ପାଇଁ ଚର୍ଚ୍ଚା ହେଉଛି ।  ତେବେ ବିଜେପି ହାଇକମାଣ୍ଡ କାହା ନାମ ଘୋଷଣା କରୁଛନ୍ତି ତାକୁ ଅପେକ୍ଷା । ଓଡିଶା ଲୋକଙ୍କ ଆଶୀର୍ବାଦରେ ରାଜ୍ୟରେ ବିଜୟୀ ହୋଇଛି ବିଜେପି ।  ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କିଛି ନିଷ୍ପତି ହୋଇନାହିଁ ।

Leave A Reply

Your email address will not be published.