ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108  ଆମ୍ବୁଲାନ୍ସରେ ଘଟିଛି ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗାଡିର ଡ୍ରାଇଭର ଓ ରୋଗୀ । ଆଜି ଅପରାହ୍ନରେ ବେତଡା ପେଟ୍ରୋଲ ପମ୍ପ ନିକଟରେ ମିନିଟ୍ରକ ଏକ ମୋଟର ସାଇକେଲକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିବା ବେଳେ ମୋଟର ସାଇକେଲ ଆରୋହୀ ଗୁରୁତର ଅବସ୍ଥାରେ ପଡି ରହିଥିଲେ ।

ହେଲେ ପମ୍ପର କର୍ମଚାରୀମାନେ ଦୁର୍ଘଟଣାଗ୍ରସ୍ତ ରୋଗୀକୁ ଡାକ୍ତରଖାନା ନେବାପାଇଁ 108 ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ 108 ଆମ୍ବୁଲାନ୍ସ ପହଞ୍ଚି ରୋଗୀକୁ ଗାଡ଼ିରେ ଚଡାଉ ଥିବା ବେଳେ ହଠାତ ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା । ସଂଗେ ସଂଗେ ଗାଡ଼ିରେ ଥିବା ରୋଗୀ ଓ କର୍ମଚାରୀ ବାହାରକୁ ଦୌଡ଼ି ପଳାଇ ଯାଇଥିଲେ । ଖବର ପାଇଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ  108 ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

 

Leave A Reply

Your email address will not be published.