ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ ନେଇ ନିଲମ୍ବିତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଏଏସଆଇ ସନ୍ତୋଷ ସିନ୍ଦିରିଆ  l  ଗତ 3 ତାରିଖରେ ଏକ ଚୋରୀ ଘଟଣାର ତଦନ୍ତ କରିବାକୁ ଟେଭାପଦର ଗାଁର ଜଗନ୍ନାଥ କର୍ମୀଙ୍କୁ ସୁବଳୟା ଥାନାକୁ ଡ଼କାଇଥିଲେ ଏଏସଆଇ ସନ୍ତୋଷ ସିନ୍ଦିରିଆ  l ତେବେ ତଦନ୍ତ ବେଳେ ଚୋରୀ ଘଟଣାରେ ଜଗନ୍ନାଥ ସମ୍ପୃକ୍ତି ନଥିବା କହିଥିଲେ ବି ଏଏସଆଇ ବାବୁ ଜଣକ ଶୁଣିନଥିଲେ  l

ବର୍ବରତାର ସବୁ ସୀମା ଟପିଯାଇଥିଲେ ପୋଲିସ ।  ଏଏସଆଇ ବାବୁ ଜଣକ ଜଗନ୍ନାଥଙ୍କୁ ଏପରି ବାଡେଇଥିଲେଯେ ଆଉ ଶରୀରେ ଜାଗା ବାକି ନଥିଲା  l  ପୋଲିସ ବାବୁଙ୍କ ମାଡ଼ରେ ଜଗନ୍ନାଥଙ୍କ ପିଚା, ଜଙ୍ଘ ଓ ପାଦରେ ପଚା ପଡିଯାଇଥିଲା  l ମାଡ଼ ଖାଇବା ପରେ ଜଗନ୍ନାଥ ନାଁ ଚାଲିପାରୁଥିଲେ ନାଁ ବସି ପାରୁଥିଲେ l ଏନେଇ ପରିବାର ଲୋକ ଥାନା ଅଧିକାରୀଙ୍କୁ ଜଣାଇଥିଲେ ବି ଥାନା ଅଧିକାରୀ ଓଲଟି ଧମକ ଦେଇଥିବା ଅଭିଯୋଗ ହୋଇଛି  l ଶେଷରେ ପରିବାର ଲୋକ ଫୋନ ଯୋଗେ ଏସପିଙ୍କୁ ଜଣାଇଥିଲେ l ଫଳରେ ଜଗନ୍ନାଥଙ୍କୁ ଥାନାରୁ ଛାଡି ଦିଆଯାଇଥିଲା l

ପରେ ପରିବାର ଲୋକ ଗୁରୁତର ଜଗନ୍ନାଥଙ୍କୁ ବୀରମହାରାଜପୁର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ l ଆଉ ଏହା ହେଉଛି ସେହି ସମୟର ଦୃଶ୍ୟ l ଭଲ ଭାବରେ ଦେଖନ୍ତୁ ପୋଲିସ ବାବୁଙ୍କ ନିଷ୍ଠୁରତା l ଜଣେ ନିର୍ଦ୍ଦୋଶୀଙ୍କୁ କିପରି ଅତି ନିର୍ମମ ଭାବେ ଥାର୍ଡ଼ ଡିଗ୍ରୀ କରିଛନ୍ତି ଏଏସଆଉ ବାବୁ ଜଣଙ୍କ  l

ଯଦି ପ୍ରକୃତରେ ଜଗନ୍ନାଥ କୌଣସି ଚୋରୀ ଘଟଣାରେ ସମ୍ପୃକ୍ତ ଥିଲେ ତାହେଲେ ତାଙ୍କୁ ଜେଲ ପଠାଇ ଦିଆଗଲା ନାହିଁ କାହିଁକି  l ଥାନାକୁ ଆଣି ତିନିଦିନ ରଖିଲା ପରେ ଏହିଭଳି ଥାର୍ଡ଼ ଡିଗ୍ରୀ କରି ଛାଡ଼ିବା କେଉଁ ନିୟମରେ ରହିଛି  l ତେବେ ଅଭିଯୋଗ ପରେ ଏଏସଆଇ ସନ୍ତୋଷ ସିନ୍ଦିରିଆଙ୍କୁ ଏସପି ନିଲମ୍ବନ କରିବା ସହ ଘଟଣାର ତଦନ୍ତ ଦାଇତ୍ୱ ଅତିରିକ୍ତ ଏ ଏସପିଙ୍କୁ ଦେଇଥିବା ଜଣାପଡିଛି  l ଆଗକୁ ଦେଖିବାର କଥା ପୋଲିସର ତଦନ୍ତ କିଭଳି ହେଉଛି ଓ ଦୋଷୀ ପୋଲିସ ବାବୁଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ହେଉଛି l

 

Leave A Reply

Your email address will not be published.