ଅଧରାତିରେ ଥରିଲା ରାଜସ୍ଥାନ, ସିକରରେ ୩.୯ ତୀବ୍ରତାର ଭୂକମ୍ପ ଝଟକା

ରାଜସ୍ଥାନ ସିକରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୯ ରହିଛି । ଚଳିତବର୍ଷରେ ରାଜସ୍ଥାନ ସିକରରେ ଦୁଇଥର ଭୂକମ୍ପ ଆସିସାରିଛି । ଏପ୍ରିଲ ମାସରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରାତି ୧ଟା ୨୯ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ ।

ଖବର ମୁତାବକ, ସିକରର ଲୋକମାନେ ପ୍ରାୟ ୧୦ ସେକେଣ୍ଡ ପାଇଁ ଏହି କମ୍ପନ ଅନୁଭବ କରିଥିଲେ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଆକଳନ କରିଛି ଯେ, ଏହି ଭୂକମ୍ପର କେନ୍ଦ୍ର ସିକର ଠାରୁ ୧୫ କିଲୋମିଟର ଦୂରରେ ଏବଂ ୫ କିଲୋମିଟର ତଳେ ଥିଲା ।

ବିଳମ୍ବିତ ରାତିରେ ଭୂକମ୍ପ ବେଳେ ଅଧିକାଂଶ ଲୋକ ସେମାନଙ୍କ ଘରେ ଥିଲେ । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡି ଆସିଥିଲେ ।

 

Leave A Reply

Your email address will not be published.