ରାଜନୀତିରୁ ଅବସର ନେଲେ ଡ଼. ଅଚ୍ୟୁତ ସାମନ୍ତ, ପ୍ରେସମିଟ କରି କଲେ ଘୋଷଣା

ଭୁବନେଶ୍ୱର (କେନ୍ୟୁଜ): ପ୍ରତ୍ୟକ୍ଷ ରାଜନୀତିରୁ ଅବ୍ୟାହତି ନେଲେ ଡ. ଅଚ୍ୟୁତ ସାମନ୍ତ ।  କିଟ୍ , କିସ୍ ପ୍ରତିଷ୍ଠାତା ତଥା ବିଜୁ ଜନତା ଦଳର ନେତା ଏବଂ କନ୍ଧମାଳର ପୂର୍ବତନ ସାଂସଦ ଡ. ଅଚ୍ୟୁତ ସାମନ୍ତ ।  ଆଜି ଏ ନେଇ ଡ. ସାମନ୍ତ ଘୋଷଣା କରିବା ସହ ଜୁନ୍‍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା କହିଛନ୍ତି । ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ ।

ଏହା ସହ ଉଭୟ ରାଜ୍ୟସଭା ଓ ଲୋକସଭା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।  ଦୀର୍ଘ ୩୨ବର୍ଷ ଧରି ସେ ଜାରି ରଖିଥିବା ସମାଜ ସେବା ପୂର୍ବ ପରି ଜାରି ରହିବ । ସମାଜସେବାକୁ ଆହୁରି ବ୍ୟାପକ କରିବେ ବୋଲି ଡ. ସାମନ୍ତ ପ୍ରକାଶ କରିଛନ୍ତି । ଚଳିତ ନିର୍ବାଚନରେ ସେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଥିଲେ । ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଭଲ ପାଇବା ପାଇଁ ସେ କୃତଜ୍ଞତା ଜଣାଇଛନ୍ତି ।

 

Leave A Reply

Your email address will not be published.