କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କାଦମ୍ବିନୀ ପତ୍ରିକା ସମ୍ପାଦିକା ଡକ୍ଟର ଇତି ସାମନ୍ତ ଉପସ୍ଥିତ ଥିଲେ। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଆର୍ଟ ଅଫ୍ ଗିଭିଂ ସାରା ବିଶ୍ବରେ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ।

ସାରା ବିଶ୍ବରେ ପାଳିତ ହେଉଛି ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ । ସେହି କ୍ରମରେ ଆଜି କାଦମ୍ବିନୀ ପରିବାର ପକ୍ଷରୁ ଭୁବନେଶ୍ୱରର ଭରତପୁର ଠାରେ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳନ କରାଯାଇଛି। କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡ. ଇତି ସାମନ୍ତ ନିଜେ ଉପସ୍ଥିତ ରହି କାର୍ଯ୍ୟକ୍ରମର ମହତ ଉଦେଶ୍ୟ ସମ୍ପର୍କରେ ମହିଳାମାନଙ୍କୁ ବୁଝlଇଥିଲେ । ସ୍ଥାନୀୟ ଅଂଚଳର ଶତାଧିକ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବର୍ଗର ଲୋକେ ଯୋଡ଼ି ହୋଇଛନ୍ତି । ଯାହା ଏକ ଜନଆନ୍ଦୋଳନରେ ପରିଣତ ହୋଇଛି । କିଟ୍ କିସ ତଥା ଆର୍ଟ ଅଫ୍ ଗିଭିଂର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ଧନ୍ୟବାଦ ଦେଇଥିଲେ ଡ. ଇତି ସାମନ୍ତ l

 

Leave A Reply

Your email address will not be published.