ଗାଁରେ ପଶିଲା ବାଘ, ଲୋକେ ଭୟରେ ପକାଇଲେ ତାଟି କବାଟ

ଗାଁ ରେ ପଶିଲା ବାଘ । ଲୋକେ ଆତଙ୍କିତ ବନ ବିଭାଗ ପକ୍ଷରୁ ବଘକୁ କାବୁ କରିବାକୁ ଉଦ୍ୟମ ଜାରି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଶାମାଖୁଣ୍ଟା ବ୍ଳକର ଜଗନ୍ନାଥପୁର ଗାଁରେ । ଆଜି ଗାଁର କଣ୍ଟା ବଣରେ ଏକ ବାଘ ଥିବା ଗାଁ ଲୋକେ ଦେଖିବା ପରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ମୟୁରଭଞ୍ଜ(କେନ୍ୟୁଜ୍‌): ଗାଁ ରେ ପଶିଲା ବାଘ । ଲୋକେ ଆତଙ୍କିତ ବନ ବିଭାଗ ପକ୍ଷରୁ ବଘକୁ କାବୁ କରିବାକୁ ଉଦ୍ୟମ ଜାରି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଶାମାଖୁଣ୍ଟା ବ୍ଳକର ଜଗନ୍ନାଥପୁର ଗାଁରେ । ଆଜି ଗାଁର କଣ୍ଟା ବଣରେ ଏକ ବାଘ ଥିବା ଗାଁ ଲୋକେ ଦେଖିବା ପରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ବାଘକୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି । ବାଘଟି କଲରାପତରିଆ ବାଘ ବୋଲି ବନ ବିଭାଗ ସନ୍ଦେହ କରୁଛି । ଶିମିଳିପାଳ ଅଭୟାରଣ୍ୟରୁ ବାଘଟି ଆସିଥିବା କୁହାଯାଉଛି । ତେବେ ଜାଲ ସାହାଯ୍ୟ ବାଘକୁ ଧରିବାକୁ ଉଦ୍ୟମ ଜାରି ରଖିଛି ବନବିଭାଗ। ଘଟଣା ସ୍ଥଳରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ମଧ୍ୟ ଉପସ୍ଥିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.