ମେଡିକାଲରୁ ଚୋରି ଶିଶୁ ଉଦ୍ଧାର, ଆଶାକର୍ମୀ ଅଟକ

ବାଲେଶ୍ବର: ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ବର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି । ଜଳେଶ୍ବର ଅଞ୍ଚଳରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୋଲିସ୍ । ଶିଶୁ ଚୋରି କରିଥିବା ଆଶାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ଉଦ୍ଧାର ପରେ ଶିଶୁକୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଗତକାଲି ଏସପିଙ୍କ ନିର୍ଦ୍ଦେଶରେ ଡିଏସ୍ପି ଓ ସହଦେବଖୁଣ୍ଟା ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ଵରେ ଏକ ଟିମ୍ ଗଠନ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ପିଲାଟିକୁ ଚୋରି କରିଥିବା ମହିଳାଙ୍କ ଭିଡିଓ ହସ୍ପିଟାଲ ସିସି କ୍ୟାମେରାରୁ ଜବତ କରି ପୋଲିସ୍ ତା’ର ଫଟୋ ଜାରି କରିଥିଲା ।

ଶନିବାର ବିଳମ୍ବିତ ରାତିରେ ବାଲିଆପାଳ କୁଲ୍ଲାଚଡ଼ ଗାଁରୁ ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନୀତା ପ୍ରସବ ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଗତକାଲି ସକାଳେ ଶିଶୁ ଜନ୍ମ ପରେ ନବଜାତକକୁ ଜଣେ ଅଜଣା ମହିଳା ଚୋରି କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ।

Leave A Reply

Your email address will not be published.