ଆଜି କଂଗ୍ରେସ ୱାର୍କିଂ କମିଟି ବୈଠକ, ବିରୋଧୀ ଦଳ ନେତା ହୋଇପାରନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ଫଳାଫଳ ପରେ ଆଜି ବସିବ କଂଗ୍ରେସ ୱାର୍କିଂ କମିଟି ବୈଠକ । ଏଥିରେ ଦଳର ପରବର୍ତ୍ତି ରଣନୀତି ସ୍ଥିର ହେବ । ଲୋକସଭାରେ କଂଗ୍ରେସର ଆସନ ସଂଖ୍ୟା ଶହେରେ ପହଞ୍ଚିବା ପରେ କିଏ ଲୋକସଭାର ବିରୋଧୀ ଦଳ ନେତା ହେବେ ସେ ନେଇ ଆଲୋଚନା ହେବ । ରେସରେ ଅଛନ୍ତି ରାହୁଳ ଗାନ୍ଧୀ, ସେହିପରି କଂଗ୍ରେସ ସାଂସଦ ଶଶି ଥରୁର ଓ ମନୀଷ ତିୱରୀଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । କାହିଁକି ନର୍ବାଚନରେ ଇଣ୍ଟିଆ ମେଣ୍ଟକୁ ସଫଳତା ମିଳିଲାନି ସେ ନେଇ ଆଲୋଚନା ହେବ । ମୋଦି ସରକାରକୁ କେଉଁ କେଉଁ ପ୍ରସଙ୍ଗରେ ଘେରାଯିବ ସେ ନେଇ ରଣନୀତି ପ୍ରସ୍ତୁତ ହେବ ।

୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଶହେ ଲୋକସଭା ସାଂସଦଙ୍କ ସହ ମେଣ୍ଟର ସର୍ବବୃହତ ଦଳ ପାଲଟିଛି। ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଯଥାକ୍ରମେ ୪୪ ଓ ୫୨ଟି ଆସନ ମିଳିଥିଲା। ସଂସଦର ସମୁଦାୟ ସିଟ୍ ସଂଖ୍ୟାର ୧୦ ପ୍ରତିଶତ ହାସଲ କଲେ ବିରୋଧୀ ଦଳ ନେତା ପଦବୀ ମିଳିଥାଏ। ତେବେ ଉଭୟ ନିର୍ବାଚନରେ କଂଗ୍ରେସ ସମେତ ଅନ୍ୟ କୌଣସି ଦଳ ୧୦ ପ୍ରତିଶତ ଆସନ ହାସଲ କରିପାରିନଥିବାରୁ ବିରୋଧୀ ଦଳ ନେତା ମାନ୍ୟତା ମିଳିନଥିଲା।

Leave A Reply

Your email address will not be published.