କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ, ପୋଲିସ ତଦନ୍ତ ଜାରି

ତାଳଚେର : କବାଟ ତାଡ଼ି ସୁନା ଲୁଟିନେଲେ ଦୁର୍ବୃତ୍ତ । ତାଳଚେର ବାଘମରାଠାରେ ହୋଇଛି ଏହି ଚୋରି । ଘରେ କେହି ନଥିବାର ସୁଯୋଗ ନେଇ ସୁନା ଗହଣା ଓ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘର କବାଟ ତାଡି ଦୁଇଟି ଆଲମୀରାରୁ ୩୦ ଭରି ସୁନା ସହ ୨୭ ହଜାର ଟଙ୍କା ଓ ବହୁ ଆସବାଵ ପତ୍ର ଲୁଟିନେଇଛନ୍ତି ।

ଚୋରି ହୋଇଥିବା ଜିନିଷର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କହିଛନ୍ତି ଘର ମାଲିକ । ଘର ମାଲିକ ମାନସ ବିଶ୍ୱାଳ ଭୁବନେଶ୍ୱର ଯାଇଥିବା ବେଳେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇଁ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିଛି ପୋଲିସ ।

Leave A Reply

Your email address will not be published.