ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ୩୦୦୦ ପଦବୀ ଖାଲି, ୧୭ ଜୁନ୍‌ ପର୍ଯ୍ୟନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଅପାରଣ୍ଟିସ ପଦବୀରେ ୩୦୦୦ ପୋଷ୍ଟ ଖାଲିପଡିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୧୭ ଜୁନ୍‌ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବ । ପୂର୍ବରୁ ଏହି ପଦବୀ ପାଇଁ ଆବେଦନ ତାରିଖ ମାର୍ଚ୍ଚ ମାସରେ ବନ୍ଦ ହୋଇଥିଲା । କିନ୍ତୁ ଏବେ ଏହା ୧୭ ଜୁନ୍‌ ପର୍ଯ୍ୟନ୍ତ ଖୋଲିଛି ।

ଆବେଦନ କେବଳ ଅନଲାଇନରେ ହେବ । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ନ୍ୟାସନାଲ ଅପାରଣ୍ଟିସ ଟ୍ରେନିଂ ସ୍କିମର ଅଫିସିଆଲ ୱେବସାଇଟ nats.education.gov.in କୁ ଯିବାକୁ ହେବ ।

ପଦବୀ ବିବରଣୀ : ୩୦୦୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୭ ଜୁନ୍‌ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୦ ବର୍ଷ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ସାଧାରଣ ଏବଂ ଓବିସି ପ୍ରାର୍ଥୀ ୮୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/EWS/ ମହିଳା ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ । ଦିବ୍ୟାଙ୍ଗ ପ୍ରାର୍ଥୀ ମାତ୍ର ୪୦୦ ଟଙ୍କା ଦେବାକୁ ହେବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ । ଏଥିପାଇଁ ତାରିଖ ଜାରି ହୋଇନାହିଁ । ଚୟନ ହେବା ପରେ ପ୍ରାର୍ଥୀଙ୍କୁ ମାସିକ ୧୫ ହଜାର ଟଙ୍କା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Leave A Reply

Your email address will not be published.