୩୩ କେଭି ଲାଇନ ତାର ଲାଗି ୨ ଶ୍ରମିକ ଗୁରୁତର

କାମାକ୍ଷାନଗର: ଘର କାମ କରୁଥିବା ବେଳେ ଅଘଟଣ । ଲୁହା ରଡ ଭିଡୁଥିବା ସମୟରେ ୩୩ କେଭି ଲାଇନ ତାର ଲାଗି ୨ଶ୍ରମିକ ଗୁରୁତର। ଗୁରୁତର ଶ୍ରମିକ ହେଲେ ଜଗା ମଲ୍ଲିକ ଓ ବାବୁଲି ମଲ୍ଲିକ । ଏଭଳି ଏକ ଘଟଣା ଦେଖିବାକୁ କାମାକ୍ଷାନଗର ଥାନା ଆଲୁଅଝରଣ ଠାରେ କାମ କରୁଥିଲେ ଶ୍ରମିକ ।

ଆଜି ସକାଳେ ୮ରୁ ୧୦ ଜଣ ଶ୍ରମିକ ଘର କାମ କରିବା ପାଇଁ ରଡ ଭୁଡୁଥିବା ବେଳେ ଘର ଉପର ଦେଇ ଯାଇଥିବା ୩୩ କେଭି ତାରରେ ଅସାବଧାନତା ବସତ ଲାଗିଯାଇଥିଲା । ପାଖରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ଉଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି । ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଅନ୍ୟ ଶ୍ରମିକ ମାନେ ଶୁରକ୍ଷିତ ଥିବା ଜଣାପଡିଛି ।

 

Leave A Reply

Your email address will not be published.