ଶସ୍ତା ହେଲା ଆଇଫୋନ୍ 15, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି କି? ବିଜୟ ସେଲ୍ସରେ ଜୁନ୍ ୮ ରୁ ଆପଲ୍ ଡେ ସେଲ୍‌ ଆରମ୍ଭ ହୋଇଛି । ଏହି ସେଲ୍‌ ଜୁନ୍ ୧୭ ପର୍ଯ୍ୟନ୍ତ ଚାଲିବ । ଏହି ୧୦ ଦିନିଆ ଦମଦାର ବିଜୟ ସେଲରେ ଆପଲ୍ ପ୍ରଡକ୍ଟରେ ବଡ଼ ଡିଲ୍ ମିଳୁଛି । ତେବେ ଆସନ୍ତୁ ଜାଣିବା ଏହି ସେଲରେ ଆପଣ କେଉଁ ଅଫର ପାଇବେ ।

ଆଇଫୋନ୍ 15 ହେଉଛି ସବୁଠାରୁ ଲୋକପ୍ରିୟ ସେଲିଂ ସ୍ମାର୍ଟଫୋନ୍ । ଏହାର ଲଞ୍ଚିଂ ପ୍ରାଇସ୍‌ ୭୯,୯୦୦ ଟଙ୍କା ଥିଲା କିନ୍ତୁ ବିଜୟ ସେଲରେ ଏହା ୭୦,୯୯୦ ଟଙ୍କାରେ ସେଲ୍‌ ହେଉଛି । ଏହା ବ୍ୟତୀତ ଆଇସିଆଇସିଆଇରେ ବ୍ୟାଙ୍କ ଅଫର ମଧ୍ୟ ରହିଛି । ଯଦି ଆପଣ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡ ଦ୍ୱାରା ପେମେଣ୍ଟ କରନ୍ତି, ତେବେ ଆପଣଙ୍କୁ ୬,୦୦୦ ଟଙ୍କାର ଡିସକାଉଣ୍ଟ ମିଳିବ । ଏହା ପରେ ଫୋନର ମୂଲ୍ୟ ୬୪,୯୯୦ ଟଙ୍କା ହେବ ।

ଆମାଜନ ସେଲରେ ମଧ୍ୟ ଆପଲ୍ ଆଇଫୋନ୍ 15ରେ ଡିସକାଉଣ୍ଟ ଦିଆଯାଉଛି । ଫ୍ଲିପକାର୍ଟ ପରି ଆଇଫୋନ୍ 15 ରେ ମଧ୍ୟ ଆମାଜନ ଉପରେ ଡିସକାଉଣ୍ଟ ମିଳୁଛି, କିନ୍ତୁ ଏଠାରେ ଭିନ୍ନ ଭିନ୍ନ ଡିସକାଉଣ୍ଟ ଏବଂ ଅଫର ଦିଆଯାଉଛି । ଆଇଫୋନ୍ 15 ର ୧୨୮ ଜିବି ଭାରିଆଣ୍ଟ ଆମାଜନରେ ୯ % ଡିସକାଉଣ୍ଟ ସହିତ ଉପଲବ୍ଧ । ଏଠାରେ ଆଇଫୋନ୍ 15 ର ଦାମ୍‌ ୭୯,୯୦୦ ଟଙ୍କା ବଦଳରେ ୭୩,୯୯୯ ଟଙ୍କା ରହିଛି । ଫ୍ଲିପକାର୍ଟ ତୁଳନାରେ ଆମାଜନ ଉପରେ ଡିସକାଉଣ୍ଟ ଅଫର କମ୍ ରହିଛି ।

ଅନ୍ୟପଟେ ଯଦି ଆମେ ବ୍ୟାଙ୍କ ଏବଂ ଏକ୍ସଚେଞ୍ଜ ଅଫର ବିଷୟରେ କହିବା ତେବେ ଆମାଜନରେ ବିଭିନ୍ନ ବ୍ୟାଙ୍କ କାର୍ଡରେ ଡିସକାଉଣ୍ଟ ଦିଆଯାଉଛି । ଆପଣ ଏସବିଆଇ କ୍ରେଡିଟ କାର୍ଡରେ ୪୦୦୦ ଟଙ୍କା ଏବଂ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡରେ ୬୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇବେ । ଆପଣ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ଡିସକାଉଣ୍ଟ ପାଇପାରିବେ । ଏକ୍ସଚେଞ୍ଜ୍ ଅଫର ଅନୁଯାୟୀ ଆଇଫୋନ୍ 15 ରେ ୪୪,୨୫୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିପାରିବ । କିନ୍ତୁ ଏଥିପାଇଁ ମଧ୍ୟ କିଛି ସର୍ତ୍ତ ଅଛି । ଯଦି ଫୋନ୍ ଏକ୍ସଚେଞ୍ଜ କରନ୍ତି ତେବେ ଆପଣ ଆଇଫୋନ୍ 15 ରେ ୪୪,୨୫୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇପାରିବେ । କିନ୍ତୁ ଆପଣଙ୍କ ଫୋନର ଅବସ୍ଥା ଠିକ୍‌ ରହିଥିବା ଆବଶ୍ୟକ । ତେବେ ଏହି ଅଫରର ଲାଭ ଉଠାଇ ଆପଣ ଆଇଫୋନ୍ 15 କିଣିପାରିବେ ।

Leave A Reply

Your email address will not be published.