ପାକିସ୍ତାନ ବିପକ୍ଷରେ ମ୍ୟାଚ ଜିତିବା ପରେ ନାଚିଲେ ଅନୁଷ୍କା, ଭିଡିଓ ଭାଇରଲ

ପାକିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚକୁ ଭାରତ ମାତ୍ର ୬ ରନରେ ଜିତିଯାଇଛି । ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ଭାରତ-ପାକିସ୍ତାନ ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯାଇଥିଲା । ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ୧୯ ଓଭର ମାକ୍ର ୧୨୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ପାକିସ୍ତାନ ଭଲ ଆରମ୍ଭ କରିଥିଲେ ସୁଦ୍ଧା ମାତ୍ର ୬ ରନରେ ହାରିଯାଇଥିଲା । ଏହି ମ୍ୟାଚ ହାରିବା ପରେ ପାକିସ୍ତାନ ଟି୨୦ ବିଶ୍ୱକପରୁ ବାଦ୍ ପଡିଛି । ତେବେ ଭାରତର ଏହି ବିଜୟ ପରେ ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ଖୁସିରେ ନାଚି ଉଠିଥିଲେ ।
ଭାରତ-ପାକିସ୍ତାନ ଟି୨୦ ବିଶ୍ୱକପ ମ୍ୟାଚ ସମୟରେ ଷ୍ଟାଡିୟମରେ ବସିଥିଲେ ଅନୁଷ୍କା । ଏହି ମ୍ୟାଚରେ ଭାରତ ବ୍ୟାଟିଂ କରୁଥିବା ସମୟରେ ବିରାଟ ମାତ୍ର ୪ ରନରେ ଆଉଟ ହେବା ପରେ ଅନୁଷ୍କାଙ୍କ ମନ ଦୁଃଖ ହୋଇଯାଇଥିଲା । କିନ୍ତୁ ଭାରତର ବୋଲିଂରେ ପାକିସ୍ତାନ ଟିମ ଧରାଶାୟୀ ହେବା ପରେ ଅନୁଷ୍କାଙ୍କ ସହିତ ଷ୍ଟାଡିୟମରେ ଥିବା ସମସ୍ତ ଭାରତୀୟ ଖୁସିରେ ନାଚି ଉଠିଥିଲେ ।
ପାକିସ୍ତାନକୁ ୧୨୦ ରନ ଟାର୍ଗେଟ ଦେଇଥିବା ଭାରତ ଆଉ ମାତ୍ର ୬ ରନ ବାକି ଥାଇ ମ୍ୟାଚକୁ ଛଡାଇ ଆଣିଥିଲା । ବୁମରାଙ୍କ କମାଲ ବୋଲିଂ ଭାରତକୁ ଏହି ବିଜୟ ଦେଇଥିଲା । ଭାରତ ମ୍ୟାଚ ଜିତିବା ପରେ ଅନୁଷ୍କା ଶର୍ମା ଖୁସିରେ ନାଚିଥିଲେ । ଭାଇରଲ ଭିଡିଓରେ ଅନୁଷ୍କାଙ୍କ ବିଜୟ ଉତ୍ସବ ଦେଖିବାକୁ ମିଳିଛି । ଏହି ସମୟରେ ଅନୁଷ୍କା ବ୍ଲୁ ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ଅନୁଷ୍କାଙ୍କ ଏହି ଭିଡିଓ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି । ତେବେ ଗତ ସପ୍ତାହରେ ବିରାଟ-ଅନୁଷ୍କାଙ୍କୁ ମୁମ୍ବାଇରେ ଡିନର ଡେଟ୍ କରିବା ପରେ ନ୍ୟୁୟର୍କ ବାହାରିଥିଲେ । ଏହି ସମୟରେ ଜାହିର ଖାନ ଏବଂ ସାଗରିକା ଘଟକେ ସହିତ ନଜର ଆସିଥିଲେ ବିରୁଷ୍କା ।