୪୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ଦୁଇ ଗିରଫ

ଲମତାପୁଟ : ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ। କୌଣସି ଏକ ବିଶେଷ ସୂତ୍ର ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡି ପିଓ ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଲମତାପୁଟ ନିକଟ ତୁସୁବା ଛକ ଜଗି ରହିଥିଲେ । ଏହି ସମୟରେ ସଗର ପଟୁ ଆସୁଥିବା ଦୁଇଟି କାରକୁ ଅଟକାଇ ଯାଞ୍ଚ କରିଥିଲେ।
ଯାଞ୍ଚ କରିବାରୁ ଗୋଟିଏ କାର୍ ରୁ ସିକ୍ରେଟ ଚାମ୍ବର ମଧ୍ୟରେ ୧୦ ଟି ଜରି ବସ୍ତା ଓ ଅନ୍ୟ ଏକ କାର ରୁ ୧୮ ଟି ଜରି ପ୍ୟାକେଟରୁ ଗଂଜେଇ ବାହାରି ଥିଲା । ଗଂଜେଇ ଗୁଡ଼ିକୁ ଓଜନ କରିବାରୁ ୪୦୯ କେଜି ୬୦୦ ଗ୍ରାମ ଜଣା ପଡିଛି ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ।
ଏହି ଗଂଜେଇ ଚୋରା କାରୋବାର ରେ ଗିରଫ ହୋଇଥିବା ଦୁଇ ବ୍ୟକ୍ତି ଝାରସୁଗୁଡ଼ା ଜିଲ୍ଲାର ମୋନଜ ଓରାମ ଓ ମହମ୍ମଦ ସର୍ଫୋରାଜ । ଏହି ଗଞ୍ଜେଇ ଓଡ଼ିଶାରୁ ଅନ୍ୟ ରାଜ୍ୟ କୁ ଚାଲାଣ କରିବା ପାଇଁ ଯୋଜନା ଥିବା ବେଳେ ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତା ନେ଼ଇ ଅଧିକ ତଦନ୍ତ ଜାରି ରଖିଛି ମାଛକୁଣ୍ଡ ପୋଲିସ ।