୧ କୋଟି ୭ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଛାଡ଼ି ଡିଆଁ ମାରିଲେ ନିଶା ମାଫିଆ

ଜବତ ହୋଇଛି ବସ୍ତା ବସ୍ତା ଗଞ୍ଜେଇ । ହେଲେ ଯେଉଁ ନିଶା ମାଫିଆ ଗଞ୍ଜେଇକୁ ଚୋରା ଚାଲାଣ କରୁଥିଲେ ସେମାନଙ୍କର ନାହିଁ ଦେଖା ଦର୍ଶନ । କୋଟି କୋଟି ଟଙ୍କାର ଗଞ୍ଜେଇ ଛାଡ଼ି ଛୁ ମାରିଲେ ମାଫିଆ । ପୋଲିସକୁ ଦେଖି ନିଜ ଜୀବନ ବଞ୍ଚାଇ ଦୌଡ଼ିଲେ । ଯେଉଁଥିପାଇଁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଥିଲେ ସୁଦ୍ଧା ମାଫିଆକୁ ଧରିବାରେ ଅସଫଳ ହୋଇଗଲେ ପୋଲିସ ।

ଜବତ ହୋଇଛି ବସ୍ତା ବସ୍ତା ଗଞ୍ଜେଇ । ହେଲେ ଯେଉଁ ନିଶା ମାଫିଆ ଗଞ୍ଜେଇକୁ ଚୋରା ଚାଲାଣ କରୁଥିଲେ ସେମାନଙ୍କର ନାହିଁ ଦେଖା ଦର୍ଶନ । କୋଟି କୋଟି ଟଙ୍କାର ଗଞ୍ଜେଇ ଛାଡ଼ି ଛୁ ମାରିଲେ ମାଫିଆ । ପୋଲିସକୁ ଦେଖି ନିଜ ଜୀବନ ବଞ୍ଚାଇ ଦୌଡ଼ିଲେ । ଯେଉଁଥିପାଇଁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଥିଲେ ସୁଦ୍ଧା ମାଫିଆକୁ ଧରିବାରେ ଅସଫଳ ହୋଇଗଲେ ପୋଲିସ ।

ବର୍ତ୍ତମାନ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ରାସ୍ତାଘାଟରେ ଚାଲିଛି କଡାକଡି ଯାଞ୍ଚ । ହେଲେ ଏହି ସୁରକ୍ଷା ବଳୟକୁ ଫାଙ୍କି ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ଖୁସି ମନରେ ପ୍ରସ୍ତୁତି ଚଳାଇ ଥିଲେ ନିଶା ମାଫିଆ । ହେଲେ ତାଙ୍କୁ କଣ ଜଣାଥିଲା ବାସ୍ନା ବାରିବାରି ଏଠାକୁ ଛୁଟି ଆସିବେ ଅବକାରୀ ମାମୁଁ । ଆଉ ଆଖି ସାମ୍ନାରେ ଦୁଃସ୍ବପ୍ନ ଭଳି ହାଜର ହୋଇଯିବେ ଅବକାରୀ ପୋଲିସ । ପୋଲିସ ଗାଡିକୁ ଦେଖି ଜଙ୍ଗଲ ଭିତରେ କୋଟି କୋଟି ଟଙ୍କାର ଗଞ୍ଜେଇକୁ ଛାଡି ଡିଆଁମାରି ଖସି ପଳାଇଲେ ମାଫିଆ । ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ।

ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଆଙ୍କୁନ ଓ ସାନବବଡା ଜଙ୍ଗଲରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ଗଛିତ ଚାଲିଥିବା ନେଇ କୌଣସି ଗୋପନୀୟ ସୂତ୍ରରୁ ଖବର ପାଇଥିଲା ବୌଦ୍ଧ ଅବକାରୀ ବିଭାଗ। ଆଉ ଏହି ସୂଚନାକୁ ଭିତ୍ତିକରି ଅବକାରୀ ସ୍କ୍ଵାର୍ଡ଼ ସେଠାରେ ପହଞ୍ଚି ଅତର୍କିତ ଭାବେ ଚଢ଼ାଉ କରିଥିଲା। ହେଲେ ଅବକାରୀ ପୋଲିସ ଉଭୟ ଆଙ୍କୁନ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୫ କୁଇଣ୍ଟାଲ ୧୫ କିଲୋ ଏବଂ ସାନବବଡା ନିକଟସ୍ଥ ଜଙ୍ଗଲରୁ ୫ କୁଇଣ୍ଟାଲ ୬୦ କିଲୋ ଗଞ୍ଜେଇ ଜବତ କରିଥିଲା । ଏହାସହ ଦୁଇଟି ବାଇକକୁ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୭ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଅପର ପକ୍ଷରେ ଉଭୟ ବାଇକର ତଦନ୍ତ ଆଧାରରେ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ଅଭିଯୁକ୍ତ ମାନଙ୍କୁ ଧରାଯିବ ବୋଲି ଅବକାରୀ ଅଧିକ୍ଷକ ଶାନ୍ତିଲତା ମାରାଣ୍ଡି କହିଛନ୍ତି । ଏହି ଚଢାଉରେ ଅବକାରୀ ଇନିସପେକ୍ଟର ପ୍ରମୋଦ କୁମାର ବଣୁଆ, ସବଇନ୍ସପେକ୍ଟର ସତ୍ୟନାରାୟଣ ପ୍ରଧାନ,ଏଏସଆଇ ଅସିତ କୁମାର ପ୍ରଧାନ, ପ୍ରିୟରଂଜନ କହଁର ଓ ରେଣୁପ୍ରିୟା ଦେହୁରୀଙ୍କ ସମେତ ଅବକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.