ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ : ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ; ସ୍ଥିତି ଉପରେ ଲଗାତାର ନଜର

ଜମ୍ମୁ କଶ୍ମୀର ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀ ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଗୁରୁତର ରହିଛନ୍ତି । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଥିବା ବେଳେ ଆହତଙ୍କୁ ଶୀଘ୍ର ସୁସ୍ଥ କାମନା ପାଇଁ ପ୍ରାର୍ଥନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ରମଣ ପରେ ଘଟଣା ବିଷୟରେ ପଚାରି ବୁଝିଛନ୍ତି ।

ରାଷ୍ଟ୍ରପତି ଶୋକ ପ୍ରକାଶ କରି କହିଛନ୍ତି କି, ଜମ୍ମୁ କଶ୍ମୀରରେ ରିଆସି ଜିଲ୍ଲାରେ ହୋଇଥିବା ଆକ୍ରମଣ ବିଷୟରେ ଜାଣି ବହୁତ ଦୁଃଖିତ । ଏଥିରେ ଅନେକ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । ପୀଡିତ ପରିବାର ପ୍ରତି ମୋର ସମବେଦନା ରହିଛି । ମୁଁ ଆହତଙ୍କୁ ଶୀଘ୍ର ସୁସ୍ଥ ହେବାକୁ ପ୍ରାର୍ଥନା କରୁଛି ।


ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି । ପ୍ରଭାବିତଙ୍କୁ ଯଥାସମ୍ଭବ ସହାୟତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷା ବଳ ଆତଙ୍କବାଦୀଙ୍କୁ ଖୋଜୁଛନ୍ତି । ଏଥିପାଇଁ ସର୍ଚ୍ଚ ଅପରେସନ ଜାରି ହୋଇଛି ।

ଅମିତ ଶାହ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଯୋଗୀ ଆଦିତ୍ୟନାଥ ଶ୍ରଦ୍ଧାଞ୍ଜଳି ଦେଇ ସମବେଦନା ଜଣାଇଛନ୍ତି ।

ଏହି ଘଟଣା ପରେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନେ ଖଡଗେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଅନେକ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି , ମୋଦି ଏବଂ ଏନଡିଏ ସରକାର ଶପଥ ନେଉଥିବା ବେଳେ ଦେଶରେ ଅନେକ ରାଷ୍ଟ୍ରାଧ୍ୟକ୍ଷ ରହିଛନ୍ତି । ଏହି ସମୟରେ ତୀର୍ଥଯାତ୍ରୀ ବସ୍‌ ଉପରେ ଆକ୍ରମଣ ନିନ୍ଦନୀୟ । ମୋଦି ସରକାରଙ୍କ ଦ୍ୱାରା ଶାନ୍ତି ଏବଂ ସାମାନ୍ୟ ସ୍ଥିତି ପ୍ରଚାର ସବୁ ମିଥ୍ୟା । ଭାରତ ଆତଙ୍କବାଦ ବିପକ୍ଷରେ ଏକଜୁଟ୍‌ ହୋଇ ଲଢିବୁ । ରାହୁଲ ଗାନ୍ଧି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ଜମ୍ମୁ-କଶ୍ମୀର ରିଆସି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ। ରବିବାର ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଆତଙ୍କବାଦୀମାନେ ହମ୍ଲା କରିଛନ୍ତି । ଏଥିରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ମାମଲାରେ ଏବେ ଏନ୍ଆଇଏ ଟିମ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଛି ।

ଖବର ମୁତାବକ, ତୀର୍ଥ ଯାତ୍ରୀମାନେ ଶିବଖେଡୀ ଗୁମ୍ଫା ଦର୍ଶନ କରି ବସରେ କଟରା ଫେରୁଥିଲେ । ରବିବାର ସନ୍ଧ୍ୟା ପ୍ରାୟ ୬.୧୦ ମିନିଟ୍ ସମୟରେ ପୋନି ଅଞ୍ଚଳରେ ବସ୍ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ । ଗୁଳି ମାଡ଼ ପରେ ବସ୍ ଚାଳକ ଭୟଭୀତ ହୋଇପଡ଼ିଥିଲେ । ବସଟି ନିୟନ୍ତ୍ରଣ ହରାଇ ଘାଟିରେ ଖସି ପଡ଼ିଥିଲା । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ନାରାୟଣ ମେଡ଼ିକାଲ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.