ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର, ବରଯାତ୍ରୀ ମାତା ପାର୍ବତୀଙ୍କ ପିତ୍ରାଳୟ ଅଭିମୁଖେ ଗମନ କରିବେ

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର  l ଆଜି ମଧ୍ୟ ରାତ୍ରରେ ଦେବ ଦେବ ମହାଦେବଙ୍କ ବରଯାତ୍ରୀ ମାତା ପାର୍ବତୀଙ୍କ ପିତ୍ରାଳୟ ଅଭିମୁଖେ ଗମନ କରିବେ ।  ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ବିଭିନ୍ନ ରାଜ୍ୟର ସାଂସ୍କୃତିକ ଦଳ ପହଂଚିସାରିଲେଣି l ହେଲେ ଏ ଭିତରେ ମନ ମୋହିଛି କିନ୍ନର ଫେସନ ସୋ l

ରାମ୍ପରେ ଚାଲୁଛନ୍ତି ସୁନ୍ଦରୀ । ସୁନ୍ଦର ସୁନ୍ଦର ଶାଢୀ, ସୁନ୍ଦର ସୁନ୍ଦର ଡ୍ରେସ ପିନ୍ଧି ଦର୍ଶକଙ୍କୁ ମତୁଆଲା କରୁଛନ୍ତି । ସମ୍ବଲପୁର ଦଲେଇପଡା ଗୁପ୍ତେଶ୍ବର ବାବାଙ୍କ ଯାତ୍ରା କମିଟି ପକ୍ଷରୁ ଗଙ୍ଗାଧର ମଣ୍ଡପରେ ଅନୁଷ୍ଠିତ ଫେସନ ସୋରେ ଏହି ଚିତ୍ର ଦେଖିବାକୁ ମିଳିଛି  l ହଁ ଆଜ୍ଞା ଏମାନେ ଯୁବତୀ ନୁହନ୍ତି, ଏମାନେ ହେଲେ କିନ୍ନର  l କିନ୍ନର କୌଣସି ମହିଳା କିମ୍ବା ଯୁବତୀଙ୍କଠାରୁ ପଛରେ ନାହାନ୍ତି ବୋଲି ଏମାନେ ପ୍ରମାଣିତ କରିଛନ୍ତି  l ଯାହାକୁ ନେଇ ଆୟୋଜକ ବି ବେଶ୍ ଖୁସି ଅଛନ୍ତି  l ସାରା ରାଜ୍ୟରୁ ୧୦୦ରୁ ଊର୍ଦ୍ଧ୍ବ କିନ୍ନର ଏହି ଫେସନ ଶୋରେ ଭାଗ ନେଇଛନ୍ତି  l

Leave A Reply

Your email address will not be published.