କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର । ଜଣେ ଅଭିଜ୍ଞ, ବରିଷ୍ଠ ସାଂସଦ ହେଉଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ଏଥର ସେ ଲୋକସଭା ବାଚସ୍ପତି ହେବା ସମ୍ଭାବନା ଅଧିକ । ଗୃହ ପରିଚାଳନାରେ ତାଙ୍କର ଅଭିଜ୍ଞତା ରହିଛି । ପୂର୍ବରୁ ଏକାଧିକବାର ଭର୍ତ୍ତୃହରି ମହତାବ ସ୍ପିକର ପାନେଲରେ ରହି ଆସିଛନ୍ତି ।

୧୯୯୮ ରୁ ବିଜେଡି ଟିକେଟରେ କଟକ ସଂସଦୀୟ କ୍ଷେତ୍ରରୁ ଜିତି ଆସୁଥିବା ଭର୍ତ୍ତୃହରି ମହତାବ ଏଥର ବିଜେପି ଟିକେଟରୁ ଜିତିଛନ୍ତି । ଅନେକ ଥର ବାଚସ୍ପତି ଆସନରେ ବସି ଲୋକସଭା ପରିଚାଳନାରେ ନିଜର ଦକ୍ଷତା ମଧ୍ୟ ପ୍ରମାଣିତ କରିଛନ୍ତି । ସପ୍ତମ ଥର ପାଇଁ ଲୋକସଭାକୁ ଯାଉଥିବା ଭର୍ତ୍ତୃହରି ମହତାବ ୨୦୧୭ ରେ ଆଉଟଷ୍ଟାଣ୍ଡିଙ୍ଗ ପାର୍ଲ୍ୟାମେଣ୍ଟରିଆନ ଆୱାର୍ଡ ପାଇଥିବା ବେଳେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ ରେ ସଂସଦ ରତ୍ନ ଆୱାର୍ଡ ପାଇଛନ୍ତି । ତେଣୁ ଏନଡିଏ ସରକାର ତାଙ୍କୁ ବାଚସ୍ପତି ଆସନରେ ବସାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପାର୍ଲାମେଣ୍ଟକୁ ୭ ଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି।

Leave A Reply

Your email address will not be published.