ପ୍ରତିଶୃତି ଦେଇ ଘର ବନାଇଦେଲେ କିନ୍ତୁ ଦେଲେନି ଆବାସ ଟଙ୍କା, ଏବେ ହତାଶ ହିତାଧିକାରୀ

ସୁବର୍ଣ୍ଣପୁର (କେନ୍ୟୁଜ) : ଗରିବଙ୍କ ମୁଣ୍ଡ ଗୁଂଜିବାକୁ ସରକାରୀ ତରଫରୁ ରହିଛି ଇନ୍ଦିରା ଆବାସ, ମୋ କୁଡିଆ ଏବଂ ପ୍ରଧାନମନ୍ତ୍ରୀ ଆବାସ ଭଳି ଅନେକ ଯୋଜନା । ହେଲେ ସରକାରୀ ବାବୁ ଏବଂ କିଛି ଲାଭଖୋର ମନୋବୃତିର ରାଜନେତାଙ୍କ ଖାମଖିଆଲି ନିତି ଯୋଗୁଁ ସରକାରୀ ଯୋଜନାରୁ ଦୁରରେ ରହିଯାଉଛନ୍ତି ପ୍ରକୃତ ହିତାଧିକାରୀ । ହିତାଧିକାରୀଙ୍କୁ ମୁଣ୍ଡ ଗୁଂଜିବାକୁ ତାଲିକାଭୁକ୍ତ କରାଯିବା ସହ କାର୍ଯ୍ୟାଦେଶ ମିଳିଲା । ଘରକାମ ବି ସଂପୁର୍ଣ୍ଣହେଲା କିନ୍ତୁ ଦିର୍ଘଦିନ ପରେବି ମିଳିପାରିନାହିଁ ଘର ତିଆରି ପାଇଁ ଆସିଥିବା ମନରେଗା ଟଙ୍କା । ଏବେ ଟଙ୍କାକୁ ଅନେଇ ଅନେଇ ନିରାଶ ଗରିବ ହିତାଧିକାରୀ ।

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମେଣ୍ଡା ଗ୍ରାମପଞ୍ଚାୟତର ଏ ଚିତ୍ର । ଆବାସ ଯୋଜନାରେ ମହାଦୁର୍ନିତି ଅଭିଯୋଗ । ହିତାଧିକାରୀଙ୍କ ନାଁରେ ମନରେଗା ଟଙ୍କା ପଡିବା ବଦଳରେ ଚତୁରତା କରି ଅନ୍ୟ ଆକାଉଣ୍ଟରେ ଟଙ୍କା ପକାଇ ହଡପ ଅଭିଯୋଗ । ନିୟମ ନଥିଲେବି ସରପଞ୍ଚ ଓ ପିଇଓ କାହିଁକି ଦେଲେ ଅନ୍ୟ ଲୋକଙ୍କ ଆକାଉଣ୍ଟରେ ଟଙ୍କା । ବର୍ତମାନ ହିତାଧିକାରି କରିବ କଣ । ଏପରି ଅଭିଯୋଗ ଆସିଛି ତରଭା ବ୍ଲକ ମେଣ୍ଡା ଗ୍ରାମ ପଞ୍ଚାୟତର ଖଗସାକନା ଗାଁରୁ । ଗାଁର ମାତ୍ର ଦୁଇ ତିନି ଜଣ କିଛି ଦିନତଳେ ପାଇଥିଲେ ଆବାସ ଯୋଜନା । ଘରବି ସଂପୂର୍ଣ୍ଣ କଲେ କିନ୍ତୁ ପାଇବାକୁ ଥିବା ମନରେଗାଟଙ୍କା କିନ୍ତୁ ନିଜ ଆକାଉଣ୍ଟକୁ ଅ।ସିଲାନି । ବାରମ୍ବାର ବ୍ଲକ ଓ ପଂଚାୟତ ଅଫିସକୁ ଦୌଡିଦୌଡି ନୟାନ୍ତ ହେବାପରେ ଅନଲାଇନରେ ଚେକ କରିବାରୁ ତାଙ୍କ ମନରେଗାଟଙ୍କା ଅନ୍ୟ ଆକାଉଣ୍ଟରେ ପଡି ଆତ୍ମସାତ୍‌ ହୋଇଥିବା ଜାଣିବାକୁ ପାଇଥିଲେ । ମେଣ୍ଡା ଗ୍ରାମ ପଞ୍ଚାୟତ ସରପଂଚ ଓ ପିଇଓଙ୍କ ଡିଏସସିରେ ପେମେଂଟ ହୋଇଥିବା କଥା ଜାଣିବା ପରେ ସେମାନେ ତରଭା ବିଡିଓଙ୍କୁ ଲିଖିତ ଆକାରରେ ଜଣାଇଥିବା ଜଣାଯାଇଛି । ତେବେ କେବଳ ପାଣ୍ଡବ ଓ ଶାନ୍ତି ନୁହେଁ ଆହୁରି ମଧ୍ୟ ଅନେକ ହିତାଧିକାରୀ ତାଙ୍କ ମନରେଗା ପ୍ରାପ୍ୟ ପାଇନଥିବା ଅଭିଯୋଗ ହେଉଛି ।

ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧ଲକ୍ଷ ୩୦ହଜାର ଟଙ୍କା ବ୍ୟତିତ ଶ୍ରମିକ ପାଉଣା ବାବଦକୁ ପାଖାପାଖି ୧୯,୦୦୦ଟଙ୍କା ପ୍ରଦାନ କରାଯାଇଥାଏ । ତେବେ ତରଭା ବ୍ଲକର ଅନେକ ସ୍ଥାନରେ ଏହି ମନରେଗା ଟଙ୍କା ପାଉନଥିବା ଅଭିଯୋଗ ହେଉଛି । ଏହାର ପ୍ରକୃତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । ଅନ୍ୟପଟେ ବର୍ତମାନ ସମୟରେ ସିଧାସଳଖ ଆଧାର ବେସ ଆକାରରେ ହିତାଧିକାରୀଙ୍କ ଆକାଓଣ୍ଟକୁ ଏହିଟଙ୍କା ଯିବାକଥା ଯଦି ଏଥିରେ ବ୍ୟତିକ୍ରମ ହୋଇଛି ଦୋଶି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାପାଳ । ଆବାସ ଟଙ୍କାକୁ ଅନାଇଁ ଅନାଇଁ ବିତିଗଲାଣି ମାସ ମାସ । ତେବେ କେତେ ଶିଘ୍ର ବ୍ଲକ ପ୍ରଶାସନ ଏମାନଙ୍କ ଘର ତିଆରି ମନରେଗାଟଙ୍କା ଫେରାଇବା ସହ ଦୋସି ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେଉଛି ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.