ୟୁଜର୍ସଙ୍କ ପାଇଁ ଆସିଲା ଦମ୍‌ଦାର ଅଫର, ବେଷ୍ଟ କ୍ୟାମେରା ଫୋନ୍ Google Pixel 8ରେ ମିଳୁଛି ଭାରି ଡିସକାଉଣ୍ଟ

ଯଦି ଆପଣ ଫଟୋଗ୍ରାଫି ପାଇଁ ଏକ ଭଲ ସ୍ମାର୍ଟଫୋନ୍ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆପଣ ନିଶ୍ଚିତ ଭାବେ ଜାଣିଥିବେ Google Pixel ସ୍ମାର୍ଟଫୋନ୍ ଗୁଡିକ ନିଜ କ୍ୟାମେରା ପାଇଁ ଜଣାଶୁଣା । Google Pixel ସ୍ମାର୍ଟଫୋନ୍ କ୍ୟାମେରା ସେଗମେଣ୍ଟରେ ଥିବା ଅନ୍ୟ ଟପ୍ କ୍ୟାମେରା ସ୍ମାର୍ଟଫୋନକୁ ଟକର ଦେଇଥାଏ । ଯଦି ଆପଣ ଫଟୋଗ୍ରାଫିକୁ ଭଲ ପାଆନ୍ତି ଏବଂ ବେଷ୍ଟ କ୍ୟାମେରା ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣ Google Pixel ଫୋନ୍‌ କିଣିପାରିବେ । ବର୍ତ୍ତମାନ Google Pixel 8 ରେ ଭାରି ଡିସକାଉଣ୍ଟ ଅଫର ଦିଆଯାଉଛି, ଯାହା ଫଳରେ ଆପଣ ଏହାକୁ କମ୍‌ ଦାମ୍‌ରେ କିଣି ପାରିବେ ।

ତେବେ Google Pixel 8 ହେଉଛି କମ୍ପାନୀର ଲାଟେଷ୍ଟ ସ୍ମାର୍ଟଫୋନ୍ । କମ୍ପାନୀ ଗତ ବର୍ଷ ଅକ୍ଟୋବରରେ Google Pixel 8 ସିରିଜ୍ ଲଞ୍ଚ କରିଥିଲା । ଏହି କମ୍ପାନୀ ଦୁଇଟି ସ୍ମାର୍ଟଫୋନ୍ Google Pixel 8 ଏବଂ Google Pixel 8 Pro ଲଞ୍ଚ କରିଛି । କିନ୍ତୁ ବର୍ତ୍ତମାନ Google Pixel 8 ର ଦାମ୍‌ ଏହାର ଲଞ୍ଚ ଦାମ୍‌ ଠାରୁ ବହୁତ କମ୍‌ ହୋଇଛି ।

Google Pixel 8 ର ଦାମ୍‌ ହୋଇଛି କମ୍‌  :
ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ କମ୍‌ ଦାମ୍‌ରେ Google Pixel 8 କିଣିବାର ସୁଯୋଗ ଦେଉଛି । Google Pixel 8 ସ୍ମାର୍ଟଫୋନ୍ ଫ୍ଲିପକାର୍ଟରେ ୭୫,୯୯୯ଟଙ୍କା ରେ ମିଳୁଥିଲା । କିନ୍ତୁ ଆପଣ ବର୍ତ୍ତମାନ ଏହି ଦାମ୍‌ ଠାରୁ ବହୁତ କମ୍ ଦାମ୍‌ରେ ଫୋନ୍‌ଟି କିଣିପାରିବେ । ଫ୍ଲିପକାର୍ଟ ବର୍ତ୍ତମାନ Google Pixel 8 ରେ ୧୫% ଡିସକାଉଣ୍ଟ ଦେଇଛି । ଏହି ଅଫର ସହିତ ଆପଣ ଏହି ବେଷ୍ଟ କ୍ୟାମେରା ସ୍ମାର୍ଟଫୋନ୍‌କୁ ମାତ୍ର ୬୩,୯୯୯ ଟଙ୍କାରେ କିଣି ପାରିବେ । ଫ୍ଲିପକାର୍ଟର ଅଫରରେ ଆପଣ Google Pixel 8 କିଣିବା ଦ୍ୱାରା ୧୨,୦୦୦ ଟଙ୍କା ସଞ୍ଚୟ କରିପାରିବେ । ତେବେ ଭାରି ଡିସକାଉଣ୍ଟ ସହିତ ଆପଣ ଏହି ସ୍ମାର୍ଟଫୋନର ଏକ୍ସଚେଞ୍ଚ୍‌ ଅଫର ମଧ୍ୟ ପାଇପାରିବେ । Google Pixel 8 କିଣିବାରେ କମ୍ପାନୀ ଲୋକଙ୍କୁ ୫୩,୦୦୦ ଟଙ୍କାର ଏକ ବଡ଼ ଏକ୍ସଚେଞ୍ଚ ଅଫର ଦେଉଛି ।

Google Pixel 8ର ଫିଚର :
ୟୁଜର୍ସ Google Pixel 8 ଫୋନ୍‌ରେ ୬.୨ ଇଞ୍ଚ OLED ପ୍ୟାନେଲ୍ ଭଳି ଡିସ୍‌ପ୍ଲେ ପାଇପାରିବେ । ଏହାର ଡିସ୍‌ପ୍ଲେରେ 120Hz, HDR10 + ର ସପୋର୍ଟ ମଧ୍ୟ ରହିଛି । ଏହାର ପିକ୍‌ ବାଇଟେନ୍ସ ୧୪୦୦ ନଟ୍ ପର୍ଯ୍ୟନ୍ତ ରହିଛି । ଏହାର ଡିସ୍‌ପ୍ଲେରେ ପ୍ରୋଟେକ୍ସନ୍‌ ପାଇଁ କମ୍ପାନୀ କର୍ନିଙ୍ଗ ଗୋରିଲା ଗ୍ଲାସ ଭିକ୍ଟସ ମଧ୍ୟ ଦେଇଛି । ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୪ ରେ ରନ୍‌ କରିଥାଏ । ଏହା ବ୍ୟତୀତ କମ୍ପାନୀ ଏଥିରେGoogle Tensor G3 ପ୍ରୋସେସର୍ ଦେଇଛି । ତେବେ Google Pixel 8ରେ ୮GB ରାମ୍ ଏବଂ ୨୫୬GB ଷ୍ଟୋରେଜ୍ ରହିଛି । ଏପରି ଭାବେ ଫଟୋଗ୍ରାଫି ପାଇଁ ଏହାର ଏକ ଡୁଆଲ୍ କ୍ୟାମେରା ସେଟଅପ୍ ଅଛି ଯେଉଁଥିରେ ୫୦ + ୧୨ ମେଗାପିକ୍ସେଲ କ୍ୟାମେରା ସେନ୍ସର ଦିଆଯାଇଛି । ଏହା ସହ ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହାର ସାମ୍ନାରେ ୧୦.୫ ମେଗାପିକ୍ସେଲ କ୍ୟାମେରା ମଧ୍ୟ ରହିଛି । ତେବେGoogle Pixel 8କୁ ଚାର୍ଜ ଦେବା ପାଇଁ ଏହାର 4575mAh ବ୍ୟାଟେରୀ ରହିଛି । ଯାହା 27W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।

Leave A Reply

Your email address will not be published.