Vi ଦେଉଛି ବଢ଼ିଆ ଡିଲ୍, ପୂରା ବର୍ଷ ପାଇଁ ମିଳିବ ରିଚାର୍ଜ ଅଫର

ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତୃତୀୟ ବଡ଼ ଟେଲିକମ୍ କମ୍ପାନୀ । Viର କମ୍ ଗ୍ରାହକ ଥିଲେ ମଧ୍ୟ ଏହା ନିଜର ୟୁଜରମାନଙ୍କୁ ଭଲ ପ୍ଲାନ୍ ଅଫର କରେ । କମ୍ପାନୀ ଏହାର ୨୧ କୋଟି ୟୁଜରଙ୍କ ପାଇଁ ଏକ ବଢ଼ିଆ ରିଚାର୍ଜ ପୋର୍ଟଫୋଲିଓ ପ୍ରସ୍ତୁତ କରିଛି । ଶସ୍ତା ତଥା ଦାମୀ ରିଚାର୍ଜ ପ୍ଲାନ୍ ମଧ୍ୟ ଏଥିରେ ଆଡ୍ କରାଯାଇଛି । ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଯେକୌଣସି ପ୍ଲାନ୍ ବାଛିପାରିବେ ।
ଅନେକ ୟୁଜର ମାସିକ ପ୍ଲାନ୍ ବଦଳରେ ବାର୍ଷିକ ପ୍ଲାନ୍ ରେ ରିଚାର୍ଜ କରନ୍ତି । ଏଭଳିି ୟୁଜରଙ୍କ ପାଇଁ କମ୍ପାନୀ ୩୬୫ ଦିନର ଅନେକ ଦମଦାର ପ୍ଲାନ୍ ମଧ୍ୟ ଆଣିଛି । ଯଦି ଆପଣ Vi ସିମ୍ ବ୍ୟବହାର କରୁଛନ୍ତି, ତେବେ ଆମେ ଆପଣଙ୍କୁ କମ୍ପାନୀର ଏକ ଲମ୍ବା ଭ୍ୟାଲିଡିଟି ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଅନେକ ଦମଦାର ଅଫର୍ ରହିଛି ।
Vi ଏହାର ଲିଷ୍ଟରେ ଲମ୍ବା ଭ୍ୟାଲିଡିଟି ପାଇଁ ୩୦୯୯ ଟଙ୍କା ମୂଲ୍ୟର ଏକ ବଡ ପ୍ଲାନ୍ ଆଡ୍ କରିଛି । ଏହି ପ୍ଲାନରେ ଫ୍ରି କଲିଂ, OTT ସବସ୍କ୍ରିପସନ୍ ସହିତ ଫ୍ରି ଡାଟା ମଧ୍ୟ ରହିଛି । Vi ର ଏହି ପ୍ଲାନରେ ୟୁଜରମାନେ ୩୬୫ ଦିନ ଅର୍ଥାତ୍ ଗୋଟିଏ ବର୍ଷ ପାଇଁ ଭ୍ୟାଲିଡିଟି ପାଇବେ । ଆପଣ ୩୬୫ ଦିନ ପାଇଁ ଯେକୌଣସି ନେଟୱାର୍କରେ ଅନଲିମିଟେଡ୍ କଲିଂ କରିପାରିବେ । Vi ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧୦୦ଟି ମାଗଣା SMS ଦେଇଥାଏ ।
ଯଦି ଆମେ Vi ର ୩୦୯୯ ଟଙ୍କା ପ୍ଲାନର ଡାଟା ସୁବିଧା ବିଷୟରେ କହିବା ତେବେ ଏହା ୩୬୫ ଦିନ ପାଇଁ ୭୩୦GB ଡାଟା ଦିଆଯାଇଛି, ଅର୍ଥାତ୍ ଆପଣ ପ୍ରତିଦିନ ୨ GB ଡାଟା ବ୍ୟବହାର କରିପାରିବେ । ଏହି ରିଚାର୍ଜ ପ୍ଲାନ୍ ବଜାଜ୍ ଅଲ୍ ନାଇଟ୍ ସୁବିଧା ସହିତ ଆସିଥାଏ ତେଣୁ ଆପଣ ୧୨ ଟା ମଧ୍ୟରାତ୍ରରୁ ସକାଳ ୬ ଟା ପର୍ଯ୍ୟନ୍ତ ମାଗଣାରେ ଅନଲିମିଟେଡ୍ ଇଣ୍ଟରନେଟ୍ ବ୍ୟବହାର କରିପାରିବେ । Vi ନିଜ ଗ୍ରାହକମାନଙ୍କୁ ୫୦ GB ଏକ୍ସଟ୍ରା ଡାଟା ଦେଉଛି । ଏଭଳି ଭାବେ ଆପଣ ଏହି ପ୍ଲାନରେ ୭୮୦GB ଡାଟା ପାଇବେ ।
Vi ଏହି ପ୍ଲାନରେ ନିଜର କୋଟି କୋଟି ୟୁଜରଙ୍କୁ ଆଉ ଏକ ବଡ ସୁବିଧା ଯୋଗାଉଛି । ଯଦି ଆପଣ OTT ଷ୍ଟ୍ରିମିଂ ପସନ୍ଦ କରନ୍ତି ତେବେ ଆପଣ ଏହି ପ୍ଲାନକୁ ବହୁତ ପସନ୍ଦ କରିବେ । ଏଥିରେ ଆପଣ ଗୋଟିଏ ବର୍ଷ ପାଇଁ ଡିସନୀ ପ୍ଲସ୍ ହଟଷ୍ଟାରର ମାଗଣା ସବସ୍କ୍ରିପସନ୍ ପାଇପାରିବେ । ଏବେ ଆପଣଙ୍କୁ OTT ସବସ୍କ୍ରିପସନ୍ ପାଇଁ ଅଲଗା ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ଆପଣ କେବଳ ଗୋଟିଏ ରିଚାର୍ଜ ପ୍ଲାନ୍ ଦ୍ୱାରା କମ୍ ଦାମରେ ଲାଟେଷ୍ଟ ଫିଲ୍ମ ଏବଂ ୱେବସିରିଜ୍ ଦେଖିପାରିବେ ।