ନିର୍ବାଚନୀ ପରବର୍ତ୍ତୀ ହିଂସା: କଥା କଟାକଟି ପରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ,୫ ଆହତ

କେନ୍ଦୁଝର (କେନ୍ୟୁଜ): ନିର୍ବାଚନ ପରବର୍ତ୍ତୀ ହିଂସା, ୫ରୁ ଊର୍ଦ୍ଧ୍ବ ଆହତ ମେଡିକାଲରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ତଣ୍ଡିବେଡା ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଛି । ଗତକାଲି ସନ୍ଧ୍ୟାରେ ଗାଁରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ । ଉଭୟ ଗୋଷ୍ଠୀଙ୍କ ଆକ୍ରମଣରେ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ତଣ୍ଡିବେଡା ଗ୍ରାମରେ ଗତକାଲି ସକାଳ ସମୟରେ ଉଭୟ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ଅପରାହ୍ନ ସମୟରେ ଉଭୟ ଗୋଷ୍ଠୀ ମୁହଁମୁହିଁ ହୋଇଥିଲେ । ଯାହାଫଳରେ ୫ଜଣ ଆହତ ହୋଇ ଘଟଗାଁ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ପରେ ମେଡିକାଲ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ପରେ ଘଟଗାଁ ଆଇ.ଆଇ.ସି ଓ ଏସ. ଡି.ପି.ଓ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.