ଗୋପପୁର ଗାଁରେ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଏ ରଜ ପର୍ବ, ପିଲାଠୁ ବୁଢା ସଭିଏଁ କରନ୍ତି ମଉଜ

ସାଲେପୁର(କେନ୍ୟୁଜ): ରଜ ଓଡ଼ିଶାର ଏକ ମହାନ ଗଣପର୍ବ। ସାଧାରଣତଃ  ୫ ଦିନ ଧରି ପାଳିତ ହୋଇଥାଏ ଏହି ପର୍ବ । ପ୍ରଥମ ଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ରଜ ସଂକ୍ରାନ୍ତି, ତୃତୀୟ ଦିନକୁ ଭୂମି ଦହନ ଏବଂ ଚତୁର୍ଥ ତଥା ଅନ୍ତିମ ଦିନକୁ ବସୁମତୀ ସ୍ନାନ ଭାବରେ ପାଳନ କରାଯାଏ ।  ତେବେ ବିଶ୍ୱାସ ରହିଛି, ପ୍ରଥମ ତିନିଦିନ ରଜବତୀ ଥିବା ଧରିତ୍ରୀ ମାଆ ଏହି ସମୟରେ ବିଶ୍ରାମ କରିଥାନ୍ତି । ରଜରେ କୌଣସି ବି କୃଷି କାର୍ଯ୍ୟ କରାଯାଏ ନାହିଁ।

ତେବେ ଆଉ ଦିନ କେଇଟା ପରେ ଆସୁଛି ରଜ । ସେଥିପାଇଁ ଗାଁ ରୁ ସହର ସବୁ ଆଡେ ଚାଲିଛି ପ୍ରସ୍ତୁତ । କିନ୍ତୁ ଆପଣ ଏମିତି ଗାଁ କେବେ ଦେଖିଛନ୍ତି, ଯେଉଁଠି ରଜ ପାଇଁ ମାସକ ଆଗରୁ ଆରମ୍ଭ ହୋଇଯାଏ ପ୍ରସ୍ତୁତି।
ଏମିତି ଏକ ନିଆରା ଗାଁ ହେଉଛି କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକର ଗୋପପୁର ।

ଏହି ଗ୍ରାମରେ ରଜ ପର୍ବ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥାଏ । ଏଠାରେ ରଜ ପର୍ବ ପାଳନ ପାଇଁ  ସ୍ୱତନ୍ତ୍ର ଭାବେ ଏକରଜ କମିଟି ରହିଛି । ଏହି କମିଟି ଦ୍ୱାରା ଛୋଟ ଛୋଟ ପିଲାଙ୍କୁ ନେଇ ବିଭିନ୍ନ ପ୍ରକାର ନାଚ ପ୍ରଶିକ୍ଷଣ ଦିଆଯାଇଥାଏ ।କାରଣ ରଜ ତିନି ଦିନ ଧରି ଏହି ପିଲାମାନେ ଷ୍ଟେଜ ଉପରେ ତାଙ୍କର ନୃତ୍ୟ ପରିବେଷଣ କରିଥାନ୍ତି , ଏବଂ ଏହି ଗ୍ରାମରେ ଛୋଟ ଠାରୁ ବଡ଼ ପିଲା ମାନେ ଏହି ନାଚରେ ଭାଗ ନେଇଥାନ୍ତି । ଖାଲି ନାଚ ନୁହେଁ ବିଭିନ୍ନ ପ୍ରକାର ଝୁଲଣି ମଧ୍ୟ ଏଠି ଲାଗିଥାଏ । ଏହି ଗୋପପୁର ଗାଁରେ ରଜ ପର୍ବ ୧୦ରୁ ୧୨ବର୍ଷ ହେବ ଏମିତି ନିଆରା ଢଙ୍ଗରେ ପାଳନ ହୋଇ ଆସୁଛି । gameଓଡିଶାର ଗଣ ପର୍ବ ହେଉଛି ରଜ । ଏହି ରଜ ପର୍ବକୁ ଖାସ୍ କରି ଝିଅ ମାନେ ଅଧିକ ପାଳନ କରିଥାନ୍ତି । ସେଥିପାଇଁ ଏହି ଗ୍ରାମରେ ଛୋଟ ଛୋଟ କୁନି ଝିଅ ମାନେ ନିଜର କଳା ପ୍ରତିଭାକୁ ଏହି ରଜରେ ହିଁ ଦେଖାଇଥାନ୍ତି । ସେଥିପାଇଁ ପାଇଁ କୁନି ପିଲାମାନେ ନିଜ ଗାଁରେ ଏତେ ସୁନ୍ଦର ଭାବେ ରଜ ପର୍ବକୁ ପାଳନ କରାଯାଉଥିବାରୁ ବହୁତ ଖୁସି ଅଛନ୍ତି । ଏହି ରଜ ମହୋତ୍ସବ ପାଇଁ ଗ୍ରାମର ପ୍ରାୟ ୫୦ରୁ ୬୦ଜଣ ପିଲା ସବୁଦିନ ନାଚ ଶିଖିଥାନ୍ତି ଏବଂ ଗୋଟେ ଦିନରେ ୩ରୁ ୪ଘଣ୍ଟା ସମୟ ଦେଇ ବିଭିନ୍ନ ପ୍ରକାର ନାଚ ସହିତ ଖେଳ ପ୍ରଶିକ୍ଷଣ ନେଇଥାନ୍ତି । ସବୁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ବିଭିନ୍ନ ପ୍ରକାର ଦୋଳି ବନ୍ଧା ହେବା ସହିତ ରଜ ଖଳାରେ ପ୍ରସ୍ତୁତି ପାଇଁ ଲାଗିପଡିଛନ୍ତି ଗାଁ ଲୋକମାନେ ।

ତେବେ  ରଜ ଅବସରରେ ଘରେ ଘରେ ବିଭିନ୍ନ ପ୍ରକାର ପିଠାର ଆସର ଜମିଥାଏ । ପୋଡ ପିଠା, ଏଣ୍ଡୁରି ପିଠା ଓ ବିଭିନ୍ନ ପ୍ରକାର ପିଠାରେ ଘର ମହକି ଯାଇଥାଏ । ଝିଅମାନେ ଏହି ପର୍ବରେ ରଜ ଗୀତ ଗାଇ ଦୋଳିରେ ଝୁଲିଥାନ୍ତି । ଏସବୁ ଭିତରେ ଗୋପପୁରର ଗ୍ରାମରେ ରଜ ପର୍ବ ଏକ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଉଥିବାରୁ ଗ୍ରାମବାସୀଙ୍କ ମନରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି  ।

Leave A Reply

Your email address will not be published.