ସୋରଡ଼ା ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅମିତ୍‌ ଶାହ

ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର। ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବ ବିଜେପି । ବିଜେପି ପାଇଁ ପ୍ରଚାର କରି ସୋରଡ଼ା ଠାରେ ବିଜୟ ସଂକଳ୍ପ ସମାବେଶରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିର୍ବାଚନୀ ସଭାରେ ଆସ୍କା ସାଂସଦ ପ୍ରାର୍ଥୀ ଓ ୭ଟି ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ।

ସୋରଡ଼ା( କେନ୍ୟୁଜ୍‌): ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର। ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବ ବିଜେପି । ବିଜେପି ପାଇଁ ପ୍ରଚାର କରି ସୋରଡ଼ା ଠାରେ ବିଜୟ ସଂକଳ୍ପ ସମାବେଶରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ନିର୍ବାଚନୀ ସଭାରେ ଆସ୍କା ସାଂସଦ ପ୍ରାର୍ଥୀ ଓ ୭ଟି ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି । ଓଡ଼ିଶାରେ ୬ହଜାର ୪୧୨ ଗାଁକୁ ସଡ଼କ ନାହିଁ । ରାଜ୍ୟରେ ବିଜେପି ସରକାର ଗଠନ ହେଲେ ୨ବର୍ଷ ମଧ୍ୟରେ ପ୍ରତ୍ୟେକ ଗାଁରୁ ରାସ୍ତା ନିର୍ମାଣ କରିବା କାର୍ଯ୍ୟ ମୋଦି କରିବେ ବୋଲି କହିଛନ୍ତି ଶାହ ।

ମୋଦି ସରକାର ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଆତଙ୍କବାଦକୁ ନିପାତ କରିଛନ୍ତି। ଏହା ସହ କେନ୍ଦ୍ର ସରକାରଙ୍କ ଉପଲବ୍ଧିର ହିସାବ ଦେଇଛନ୍ତି ଶାହ । ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି କରି ପୁରା ଓଡ଼ିଶାକୁ ମୋଦି ସମ୍ମାନିତ କରିଛନ୍ତି ବୋଲି ସେ କହିଛନ୍ତି । ଏହା ସହ ବିଶ୍ବର ସମସ୍ତ ନେତା ଜି-୨୦ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ଏହାର ପ୍ରଚ୍ଛଦରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଛବି ରହିଥିଲା ବୋଲି ସେ କହିଛନ୍ତି । ତୃତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେଠାରୁ ଫେରି ସନ୍ଧ୍ୟା ୫ ଟା ୩୦ରେ କଟକରେ ରୋଡ ସୋ ରେ ଯୋଗ କରିବାର କାର୍ଯ୍ୟକ୍ରମ ରହିଛି । ସମୁଦାୟ ୫୦ ମିନିଟର ରୋଡ଼ ସୋ କାର୍ଯ୍ୟକ୍ରମ ରହିଛି ।

ବକ୍ସି ବଜାର ସମାଜ ଅଫିସ ଛକରୁ ରୋଡ ସୋ ବାହାରି ବାଲୁବଜାର ପର୍ଯ୍ୟନ୍ତ ଯିବ । ରୋଡ ସୋରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ରୁଟ ଲାଇନରେ ମୋଟ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ଜେଡ ପ୍ଲସ ସୁରକ୍ଷା ଏବଂ ଆଚରଣ ବିଧିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ବ୍ୟବସ୍ଥା କରାଯାଇଛି । ସେହିପରି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଭୁବନେଶ୍ବର ଆସି ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମରେ ଯୋଗ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.