୨୨ ଟିକିଆ ହାତୀପଲଙ୍କ ଆତଙ୍କ, ନଷ୍ଟ କଲେ ଚାଷ ଜମି

ରେଢାଖୋଲ : ୨୨ଟିକିଆ ହାତୀପଲଙ୍କ ଉପଦ୍ରବ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କନ୍ଧରା ଗାଁ ନିକଟରେ ୨୨ ଟିକିଆ ହାତୀପଲଙ୍କ ଆତଙ୍କ । ଗାଁ ନିକଟରେ ଥିବା ଚାଷ ଜମିରେ ଉପଦ୍ରବ କରିବା ସହ ଆମ୍ବ ଓ କଦଳୀ ଗଛ ନଷ୍ଟ କରିଛନ୍ତି ହାତୀ । ଗତକାଲି ବିଳମ୍ବିତ ରାତିରେ ଆଠମଲ୍ଲିକ ଡିଭିଜନରୁ ୨୨ଟିକିଆ ହାତୀପଲ କନ୍ଧରା ଆଡକୁ ପଳାଇ ଆସିଥିବା ସୂଚନା ମିଳିଛି । ଖବର ପାଇ ବନ ବିଭାଗ ପହଞ୍ଚି ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି ।

Leave A Reply

Your email address will not be published.