ଘର କାମ କରୁଥିବା ବେଳେ ଲାଗିଗଲା ୩୩କେଭି ତାର, ୨ ଶ୍ରମିକ ଗୁରୁତର

କାମାକ୍ଷାନଗର(କେନ୍ୟୁଜ): ସାମାନ୍ୟ ଅସାବଧନତା ନେଇଗଲା ହସ୍ପିଟାଲକୁ । ଆସିଥିଲେ ନିଜ କର୍ମ କରି ଦୁଇ ଟଙ୍କା ରୋଜକରି ନେବାକୁ । ହେଲେ ପରିସ୍ଥିତି ଏମିତି ହେଲା କାମ କରୁ କରୁ ସିଧା ଚାଲିଗଲେ ହସ୍ପିଟାଲ । ଏବେ ଜୀବନ ମରଣ ସହ କରୁଛନ୍ତି ସଂଗ୍ରାମ ।

ଘଟଣାଟି ହେଉଛି କି, ଘର କାମ କରୁଥିବା ବେଳେ ଅଘଟଣ । ଲୁହା ରଡ ଭିଡୁଥିବା ସମୟରେ ଲାଗିଗଲା ୩୩କେଭି ଲାଇନ ତାର । ଯାହାଫଳରେ ୨ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଶ୍ରମିକ ହେଲେ ଜଗା ମଲ୍ଲିକ ଓ ବାବୁଲି ମଲ୍ଲିକ । ଏଭଳି ଏକ ଘଟଣା ଦେଖିବାକୁ କାମାକ୍ଷାନଗର ଥାନା ଆଲୁଅଝରଣ ଠାରେ ।

ମିଳିଥିବା ଖବର ମୁତାବକ, ଏକ ଘର କାମରେ ନିୟୋଜିତ ଥିଲେ ଶ୍ରମିକ । ଆଜି ସକାଳେ ୮ରୁ ୧୦ ଜଣ ଶ୍ରମିକ ଏହି ଘର କାମ କରିବା ପାଇଁ ଆସିଥିଲେ । ଏତିକିବେଳେ ଲୁହା ରଡ୍ ଭିଡୁଥିବାବେଳେ ଘର ଉପର ଦେଇଯାଇଥିବା ୩୩କେଭି ତାରରେ ଅସାବଧାନତା ବଶତଃ ଲାଗିଯାଇଥିଲା ।

ଯାହାଫଳରେ ୨ ଜଣ ଶ୍ରମିକଙ୍କୁ ଶକ୍ତ ଝଟକା ଲାଗିଥିଲା । ଏହି ସମୟରେ ପାଖରେ ଥିବା ଅନ୍ୟ ଶ୍ରମିକମାନେ ୨ ଜଣଙ୍କୁ ଉଦ୍ଧାର କରି ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ଉଭୟଙ୍କର ପ୍ରାଥମିକ ଚିକିତ୍ସା ପରେ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଅନ୍ୟ ଶ୍ରମିକ ମାନେ ସୁରକ୍ଷିତ ଥିବା ଜଣାପଡିଛି ।

ତେବେ ଆମେ ପ୍ରତିଦିନ ନିଜ ନିଜ କାମରେ ବାହାରକୁ ବାହାରିପଡନ୍ତି । ରାସ୍ତାରେ ଯିବା ସମୟରେ ହେଉ କିମ୍ବା କର୍ମସ୍ଥଳୀରେ ଆମେ ବିଭିନ୍ନ ପରିସ୍ଥିତିର ସାମ୍ନା କରିଥାନ୍ତି । କିଛି ଅଘଟଣ ଯେପରି ନଘଟୁ ସେଥିପାଇଁ ପାଦେ ପାଦେ ସତର୍କ ରହିବାକୁ ପଡିଥାଏ । କିନ୍ତୁ ବେଳେବେଳେ କିଛି ଅସାବଧନତା ବଶତଃ ଏମିତି କିଛି ଅଘଟଣ ଘଟିଯାଏ, ଯାହାକୁ କିଏ କଳ୍ପନାରେ ସୁଦ୍ଧା ଭାବିନଥାନ୍ତି ।

 

Leave A Reply

Your email address will not be published.