ପାହାଡ଼ରେ ଟ୍ରିପ୍‌ ପାଇଁ ଘରକୁ ନେଇ ଆସନ୍ତୁ ଏହି ଗାଡ଼ି, ଯାତ୍ରାର ମଜା ହେବ ଆହୁରି ସହଜ

ଲୋକମାନେ ନିଜ କାରରେ ପାହାଡ଼ ଉପରେ ଯାତ୍ରା କରିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ପାହାଡ଼ରେ ଥିବା ପଥର ରାସ୍ତାରେ ସବୁ କାର ଯିବା ସମ୍ଭବ ନୁହେଁ । ଏଥିପାଇଁ ଲୋକମାନେ ଏଭଳି କାର୍ ଆଣନ୍ତି, ଯାହା ଅନ୍-ରୋଡ୍ ଏବଂ ଅଫ୍ ରୋଡ୍ ଭଳି ମୋଡ୍ ରେ ଭଲ ଭାବେ ଚାଲି ପାରିବ । ଭାରତୀୟ ବଜାରରେ ଏପରି ଅନେକ କାର ଅଛି ଯାହା ପଥୁରିଆ ରାସ୍ତାରେ ଆପଣଙ୍କ ଯାତ୍ରାକୁ ସହଜ କରିପାରେ । ଅଫ୍ ରୋଡ୍ କାର ଲିଷ୍ଟରେ ମହିନ୍ଦ୍ରା, ଫୋର୍ସ ଏବଂ ଟୟୋଟାର ଗାଡ଼ି ଗୁଡ଼ିକ ସାମିଲ ଅଛି । ପାହାଡ଼ରେ ଯାତ୍ରା ସମୟରେ ଆପଣ ଏହି କାରଗୁଡିକରେ ଯାତ୍ରା କରିପାରିବେ ।

ମହିନ୍ଦ୍ରା ଥାର :
ମହିନ୍ଦ୍ରା ଥାର ହେଉଛି ଏକ ଦମଦାର ଏବଂ ପାଓ୍ଵାର୍‌ ପ୍ୟାକ୍ କାର । ଏହି କାରରେ ୨.୦ ଲିଟର mStallion TGDi ପେଟ୍ରୋଲ ଇଞ୍ଜିନ୍ ଅଛି । ଏହି କାରରେ ୨.୨ ଲିଟର mHawk CRDe ଡିଜେଲ ଇଞ୍ଜିନର ଅପ୍ସନ ମଧ୍ୟ ଦିଆଯାଇଛି । ଗ୍ଲୋବାଲ୍ NCAP ଏହି କାରକୁ ଆଡଲ୍ଟ ଏବଂ ଚାଇଲ୍ଡ ସେଫ୍ଟି କ୍ଷେତ୍ରରେ ୪ ଷ୍ଟାର ରେଟିଂ ଦେଇଛି । ଏହି ମହିନ୍ଦ୍ରା କାରର ସୁରକ୍ଷା ପାଇଁ ଡୁଆଲ୍ ଫ୍ରଣ୍ଟ ଏୟାରବ୍ୟାଗ ଯୋଗାଇ ଦିଆଯାଇଛି । ମହିନ୍ଦ୍ରା ଥାରର ଏକ୍ସ-ସୋରୁମ୍ ଦାମ୍‌ ୧୧.୩୫ ଲକ୍ଷରୁ ଆରମ୍ଭ ହୋଇ ୧୭.୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ ।

ଟୟୋଟା ଫର୍ଚ୍ୟୁନର୍‌:
ଟୟୋଟା ଫର୍ଚ୍ୟୁନର୍ ମଧ୍ୟ ଏକ ବଢ଼ିଆ କାର୍ । ଟୟୋଟାର ଏହି ଗାଡିରେ ୨.୮ ଲିଟର ଇଞ୍ଜିନ୍ ଅଛି, ଯାହା କାରକୁ ୨୦୪ PS ପାଓ୍ଵାର ଦେଇଥାଏ ଏବଂ ୫୦୦ Nm ଟର୍କ ଜେନେରେଟ୍‌ କରିଥାଏ । ଏହି କାରରେ ୬ -ସ୍ପିଡ୍ ଡିଜେଲ ଏଟି ଟ୍ରାନ୍ସମିସନ ମଧ୍ୟ ଅଛି । ଏହି କାରର ଡିଜାଇନରେ ଏକ ନୂଆ ଟ୍ରାପେଜଏଡ୍ ଗ୍ରିଲ୍ ଅଛି । ଏହି କାରର ଏକ୍ସ ସୋ’ ରୁମ୍ ଦାମ୍‌ ୩୩.୪୩ ଲକ୍ଷରୁ ଆରମ୍ଭ ହୋଇ ୫୧.୪୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।

Force Gurkha :
Force Gurkhaରେ ଲୋକଙ୍କ ଆରାମ ପାଇଁ ଭଲ ଡିଜାଇନ୍‌ କରାଯାଇଛି । ଏହି କାରରେ ୧୮ ଇଞ୍ଚର ହ୍ଵିଲ୍ସ ବ୍ୟବହାର କରାଯାଇଛି । କାର୍ ଭିତରେ ଏକ ୯-ଇଞ୍ଚର ଟଚ୍ ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍ ମଧ୍ୟ ଇନଷ୍ଟଲ ହୋଇଛି । କାରରେ ଏକ ଡିଜିଟାଲ୍ କ୍ଲଷ୍ଟର ମଧ୍ୟ ଇନଷ୍ଟଲ୍‌ କରାଯାଇଛି । ୫ଟି ଡୋର ଥିବା ଏହି Force Gurkhaର ଏକ୍ସ ସୋ’ରୁମ୍ ଦାମ୍‌ ୧୮ ଲକ୍ଷ ଟଙ୍କା ।

Leave A Reply

Your email address will not be published.