ସ୍ୱାତୀ ମାଲିଓ୍ଵାଲ ମାରପିଟ ମାମଲା : ଫରେନ୍ସିକ ଯାଞ୍ଚ ପାଇଁ ଗଲା ଘଟଣାଦିନ ପିନ୍ଧିଥିବା କୁର୍ତ୍ତା ଏବଂ ଜିନ୍ସ

ଆପ୍‌ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲ ଘଟଣା ଦିନ ସ୍ୱାତୀ ଯେଉଁ କୁର୍ତ୍ତା ଏବଂ ଜିନ୍ସ ପିନ୍ଧିଥିଲେ, ତାହାକୁ ପୋଲିସ ଫରେନ୍ସିକ ଯାଞ୍ଚ ପାଇଁ ପଠାଇଛି । ଏହି ମାମଲାରେ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରାଯାଇଛି । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଘରର ସିସିଟିଭି ଫୁଟେଜ ସହିତ କିଛି ଏପଟସେପଟ କରାଯାଇଛି ବୋଲି କୁହାଯାଇଛି ।

ଆପ୍‌ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲଙ୍କୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ନିବାସରେ ମାରପିଟ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଘଟଣା ଦିନ ସ୍ୱାତୀ ଯେଉଁ କୁର୍ତ୍ତା ଏବଂ ଜିନ୍ସ ପିନ୍ଧିଥିଲେ, ତାହାକୁ ପୋଲିସ ଫରେନ୍ସିକ ଯାଞ୍ଚ ପାଇଁ ପଠାଇଛି ।

ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲଙ୍କୁ ମାରପିଟ ମାମଲାରେ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କୁ ଗିରଫ କରାଯାଇଛି । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଘରର ସିସିଟିଭି ଫୁଟେଜ ସହିତ କିଛି ଏପଟସେପଟ କରାଯାଇଛି ବୋଲି କୁହାଯାଇଛି । ବିଭବ କୁମାରଙ୍କ ମୋବାଇଲ ଫୋନ ମଧ୍ୟ ଫର୍ମାଟ ହୋଇଛି । ତେଣୁ ଏହାକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଙ୍କି ମାରିଛି ।

ତେବେ ଏହି ଘଟଣାକୁ ନେଇ ସ୍ୱାତୀ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ଆମେ ନିର୍ଭୟାଙ୍କୁ ନ୍ୟାୟ ଦେବାକୁ ରାସ୍ତାକୁ ଆସିଥିଲେ । ଆଜି ୧୨ ବର୍ଷ ପରେ ପୁଣି ଏଭଳି ରାସ୍ତାକୁ ବାହାରିଛେ । ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ସିସିଟିଭି ଫୁଟେଜ ଗାଏବ ଏବଂ ଫୋନ ଫର୍ମାଟ କରାଯାଇଛି ? ଏମିତି ଚେଷ୍ଟା ମନୀଷ ସିସୋଦିଆଙ୍କ ପାଇଁ କରାଯାଇଥିଲେ ଭଲ ହୋଇଥାନ୍ତା । ସେ ଥିଲେ ହୁଏତ ଏତେ ଖରାପ ହୋଇପାରିନଥାନ୍ତା ।

ସ୍ୱାତୀଙ୍କ ମେଡିକାଲ ରିପୋର୍ଟରୁ ଜଣାପଡିଛି କି, ତାଙ୍କ ବାମ ଗୋଡରେ ଆଘାତ ଲାଗିଛି । ଡାହାଣ ଆଖି ତଳେ ମଧ୍ୟ ମାଡ ଚିହ୍ନ ରହିଛି । ସ୍ୱାତୀଙ୍କ ଶରୀରରେ ୪ଟି ଆଘାତର ଚିହ୍ନ ରହିଛି ।

ସୂଚନାଯୋଗ୍ୟ, ୧୩ ମଇ ସକାଳ ୯ଟା୩୪ ମିନିଟରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଆବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ । ସେ ବିଭବ କୁମାର ଏବଂ କେଜ୍ରିୱାଲଙ୍କୁ କୌଣସି କାମପାଇଁ ଡାକିଥିଲେ । କିନ୍ତୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲେ।  କେଜ୍ରିୱାଲ ଘରେ ଉପସ୍ଥିତ ଅଛନ୍ତି ଏବଂ ସ୍ୱାତୀଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା । ସ୍ୱାତୀ ଡ୍ରଇଂ ରୁମ୍ କୁ ଯାଇ ସୋଫାରେ ବସି ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ। ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ବିଭବ କୁମାର ପହଞ୍ଚିଥିଲେ ।  ବିନା କୌଣସି କାରଣରେ ସ୍ୱାତୀଙ୍କୁ ଗାଳିଗୁଲଜ କରିଥିଲେ ବିଭବ କୁମାର।

ପରେ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କ ବିପକ୍ଷରେ ଅଭିଯୋଗ କରିଥିଲେ । ଏହି କଲରେ ସ୍ୱାତୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ପିଏ ବିଭବ ତାଙ୍କୁ ମାରିଥିଲେ । ତେବେ କଲ୍‌ ମୁଖ୍ୟମନ୍ତ୍ରୀଙ୍କ ଘରୁ ଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସ୍ୱାତୀ ସେଠାରୁ ଚାଲିଯାଇଥିଲେ ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜୁନ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପାଇଛନ୍ତି କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କୁ ଜୁନ ୨ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.