ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ଏ ସ୍ୱାମୀ ସ୍ତ୍ରୀ, ଘର ଘର ବୁଲି କରୁଛନ୍ତି ଭୋଟ ଭିକ୍ଷା

ଏତେ ଖରାରେ ଘର ଘର ବୁଲୁଛନ୍ତି ଏ ସ୍ୱାମୀ ସ୍ତ୍ରୀ । ଏମାନଙ୍କୁ ଦେଖି ଆପଣ ଭାବୁଥିବେ ବୋଧହୁଏ ଏମାନେ କେଉଁ ଲୋକ ପ୍ରତିନିଧି । କୌଣସି ଦଳର ପ୍ରାର୍ଥୀ ବୋଧେ । ଆଉ ହାତ ଯୋଡି ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି । କିନ୍ତୁ ନା ଆଜ୍ଞା ଏମାନେ କେଉଁ ଜନ ପ୍ରତିନିଧି ନୁହଁନ୍ତି କି କେଉଁ ଦଳର ପ୍ରାର୍ଥୀ ବି ନୁହଁନ୍ତି ।

କଣ୍ଟାବାଞ୍ଜି (କେନ୍ୟୁଜ) : ହାତ ଯୋଡି କରୁଛନ୍ତି ନିବେଦନ । ଗାଁରେ ଯାହାକୁ ଦେଖୁଛନ୍ତି ହାତ ଯୋଡି ନିବେଦନ କରୁଛନ୍ତି । ଏତେ ଖରାରେ ଘର ଘର ବୁଲୁଛନ୍ତି ଏ ସ୍ୱାମୀ ସ୍ତ୍ରୀ । ଏମାନଙ୍କୁ ଦେଖି ଆପଣ ଭାବୁଥିବେ ବୋଧହୁଏ ଏମାନେ କେଉଁ ଲୋକ ପ୍ରତିନିଧି । କୌଣସି ଦଳର ପ୍ରାର୍ଥୀ ବୋଧେ । ଆଉ ହାତ ଯୋଡି ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି । କିନ୍ତୁ ନା ଆଜ୍ଞା ଏମାନେ କେଉଁ ଜନ ପ୍ରତିନିଧି ନୁହଁନ୍ତି କି କେଉଁ ଦଳର ପ୍ରାର୍ଥୀ ବି ନୁହଁନ୍ତି । ଏମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପକୃତ ହୋଇଥିବା ସାଧାରଣ ଲୋକ । ଘର ଘର ବୁଲି ବିଜୁ ସ୍ୱାସ୍ଥ୍ୟ କାର୍ଡ ଦେଖାଇ ସେ ଏହାର ମହତ୍ତ୍ୱକୁ ଲୋକଙ୍କୁ ବୁଝାଉଛନ୍ତି । ଆଉ କହୁଛନ୍ତି କେମିତି ସେ ମରଣ ମୁହଁରୁ ଫେରିଛନ୍ତି ଏହି କାର୍ଡ ପାଇଁ ।

ପ୍ରିୟ ନବୀନ ବାବୁଙ୍କ ପାଇଁ ଘରୁ ଗୋଡ କାଢ଼ିଛନ୍ତି ଦମ୍ପତି । ଏତେ ଖରାରେ ଘରକୁ ଘର ବୁଲି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କରୁଛନ୍ତି ଅନୁରୋକ୍ଷ । ଆଉ କହୁଛନ୍ତି ଏହି କାର୍ଡ ପାଇଁ ଆଜି ମୁଁ ବଞ୍ଚିଛି, ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଜି ମୁଁ ବଞ୍ଚିଛି । ହଁ ଆଜ୍ଞା ସଂଜୀବନି ସାଜିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ।

କଣ୍ଟାବାଞ୍ଜି ସହରର ସନ୍ତୋଷ ଦଣ୍ଡସେନା ଦୀର୍ଘ ବର୍ଷ ଧରି କିଡ଼ନୀ ରୋଗ ଶହ ପକ୍ଷଘାତରେ ପୀଡିତ ଥିଲେ । ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ। ଯାହା କିଛି ସଂଚୟ କରି ରଖିଥିଲେ ସବୁ ଚିକିତ୍ସାରେ ଶେଷ ହୋଇଯାଇଥିଲା। ଭାଗ୍ୟକୁ ଆଦରି ବସିଥିଲେ, ଟଙ୍କା ନଥିବାରୁ ଚିକିତ୍ସା ହୋଇପାରୁନଥିଲା। ଆଉ ଠିକ ଏତିକି ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବରଦାନ ହୋଇଥିଲା ସନ୍ତୋଷ ଦଣ୍ଡସେନାଙ୍କ ପାଇଁ । ସେ ଏହି କାର୍ଡ ଦ୍ଵାରା ରାୟପୁର ଯାଇ ସେଠାରେ ଉତ୍ତମ ଚିକିତ୍ସା ପାଇ ଏବେ କିଛି ମାତ୍ରାରେ ଭଲ ହୋଇପାରିଛନ୍ତି ।

ଏହି କାର୍ଡ ପାଇଁ ସେ ପୁନର୍ବାର ବଞ୍ଚିବାର ରାହା ପାଇଁଛନ୍ତି । ତେଣୁ ସେ ଓ ତାଙ୍କ ସ୍ତ୍ରୀ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଉ ତା ପ୍ରତିଦାନରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏ ୪୦ଡିଗ୍ରୀ ଖରାରେ ଘରକୁ ଘର ବୁଲି ବୁଲି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭୋଟ ଦେବା ପାଇଁ କହୁଛନ୍ତି। ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ବିଧାୟକ ପ୍ରାଥୀ ଭାବେ ନିର୍ବାଚନ ଲଢୁଛନ୍ତି। ମୁଖ୍ୟମନ୍ତ୍ରୀ ମୋ ପାଇଁ ଏତିକି କରିଛନ୍ତି ତାଙ୍କ ପାଇଁ ମୁଁ କିଛି କରି ପାରିବି ନାହିଁ ହେଲେ ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଛନ୍ତି । ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେବକୁ ସେ ଲୋକଙ୍କୁ ବୁଝାଉଛନ୍ତି ବୋଲି ସନ୍ତୋଷ ଦଣ୍ଡସେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.