ରକ୍ତ ଚନ୍ଦନ ପ୍ୟାକ୍ ମୁହଁରୁ ଦାଗ ଦୂର କରିବାରେ ଅନେକ ସାହାଯ୍ୟ କରେ, ଏହି ୨ଟି ଉପାୟରେ କରନ୍ତୁ ବ୍ୟବହାର ସମସ୍ୟାରୁ ମିଳିବ ମୁକ୍ତି

ଚନ୍ଦନ କାଠର ଉପକାରିତା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଏହା ସମସ୍ତ କାମ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ତେବେ ଲାଲ ଚନ୍ଦନ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ କିନ୍ତୁ ସହଜରେ ମିଳେ ନାହିଁ । ତାହେଲେ ଆସନ୍ତୁ ଆମେ ଆଜି ସ୍କିନ୍ ପାଇଁ ହେଉଥିବା ଏହାର ଉପକାରିତା ବିଷୟରେ ଜାଣିବା । ଆୟୁର୍ବେଦରେ ମଧ୍ୟ ଏହାର ବହୁତ ଭଲ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି । ଏହାକୁ ବ୍ୟବହାର କରି ଅନେକ ପ୍ରକାରର ସ୍କିନ୍ ସମସ୍ୟା ଯେପରିକି ପିମ୍ପଲ୍, ଫ୍ରେକ୍ଲେସ୍ ଇତ୍ୟାଦି ଦୂର କରାଯାଇପାରିବ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ସ୍କିନ୍ରେ ଲାଲ୍ ଚନ୍ଦନ କିପରି ବ୍ୟବହାର କରିବେ ।
ସ୍କିନ୍ ପାଇଁ ଲାଲ୍ ଚନ୍ଦନ ବେଶ୍ ଉପକାରୀ :
ସ୍କିନ୍ର ବିଭିନ୍ନ ପ୍ରକାରର ସମସ୍ୟା ଦୂର କରିବାରେ ଲାଲ୍ ଚନ୍ଦନ ବହୁତ ସାହାଯ୍ୟକାରୀ ହୋଇଥାଏ । ଏହାର ବ୍ୟବହାରରେ ଆପଣ ସ୍କିନ୍ରେ ପ୍ରାକୃତିକ ଗ୍ଲୋ ଦେଇଥାଏ । ତେବେ ଲାଲ୍ ଚନ୍ଦନ କାଠ, ଦାଗ, କଳା ଦାଗ ଏବଂ ହାଇପରପିଗମେଣ୍ଟେସନକୁ କମ୍ କରି ଏକ ଗ୍ଲୋ ଆଣିବାରେ ସାହାଯ୍ୟ କରିଥାଏ । ଲାଲ୍ ଚନ୍ଦନ ଆମ ସ୍କିନ୍ର କୋଷକୁ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ଯାହା ସ୍କିନ୍କୁ ହେଲଦି ରଖିବାରେ ସାହାଯ୍ୟ କରିଥାଏ । ଏପରି ଭାବେ ଦାଗ କମାଇବା ଏବଂ ବ୍ରଣ କମ୍ କରିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏହାର ଥଣ୍ଡା ଗୁଣ ମଧ୍ୟ ସନ୍ ଟାନ୍ ଦୂର କରିବାରେ ସାହାଯ୍ୟ କରେ ।
ଏହି ଉପାୟରେ ରକ୍ତ ଚନ୍ଦନ ବ୍ୟବହାର କରନ୍ତୁ :
ଏଥିପାଇଁ ରକ୍ତ ଚନ୍ଦନକୁ ଶିଲପୁଆରେ ହାଲୁକା ପାଣି ପକାଇ ଘଷନ୍ତୁ । ଏହା ପରେ ଆପଣ ସେହି ଲେପକୁ ସ୍କିନ୍ରେ ଘଷିବା ଆରମ୍ଭ କରନ୍ତୁ । ଏହି ପ୍ୟାକ୍କୁ ପ୍ରାୟ ୨୦ ମିନିଟ୍ ପାଇଁ ସ୍କିନ୍ରେ ଛାଡିଦିଅନ୍ତୁ । ଏହା ପରେ ମୁହଁକୁ ଭଲ ଭାବେ ପାଣିରେ ଧୋଇ ଦିଅନ୍ତୁ । ଏହା ପରେ ସ୍କିନ୍ରେ ଭେସଲିନ୍ ଜେଲ୍ ଲଗାନ୍ତୁ । ବର୍ତ୍ତମାନ ମସାଜର ସହିତ ସ୍କିନ୍କୁ ମାଲିସ୍ କରନ୍ତୁ । ଏହାକୁ ପ୍ରାୟ ସପ୍ତାହରେ ଦୁଇଥର ଲାଗାନ୍ତୁ । ଏପରି ଭାବେ ଆପଣଙ୍କ ମୁହଁରେ ଥିବା ଦାଗ କିଛି ଦିନ ମଧ୍ୟରେ କମିବା ଆରମ୍ଭ କରିବ । ଏହା ବ୍ୟତୀତ ଏକ ପାତ୍ରରେ ୧ ଚାମଚ ଲାଲ୍ ଚନ୍ଦନ ଏବଂ ୧ ଚାମଚ ନିମ୍ବ ପାଉଡର ନିଅନ୍ତୁ । ଏହା ପରେ ଏଥିରେ ୧ ଚାମଚ ଦହି ମିଶାନ୍ତୁ ଏବଂ ଏହାକୁ ସ୍କିନ୍ରେ ଲଗାନ୍ତୁ । ଏହି ଲେପକୁ ମୁହଁରେ କିଛି ସମୟ ରଖିବା ପରେ ମୁହଁକୁ ପାଣିରେ ଭଲ ଧୋଇ ଦିଅନ୍ତୁ । ଏପରି ଭାବେ ସପ୍ତାହରେ ଦୁଇଥର ଏହି ପ୍ୟାକ୍କୁ ବ୍ୟବହାର କରନ୍ତୁ ।