ବାହାର ରାଜ୍ୟରୁ ଆସିଥିଲେ ମଜଦୁରୀ କରିବା ପାଇଁ, ହେଲେ ଆଉ ଘରକୁ ଫେରି ପାରିଲେନି

ଗତକାଲି ଏମାନେ ମୃତ୍ୟୁକୁ ପାଖରେ ଦେଖି ଏଠି ଏମିତି ବସିଛନ୍ତି । ଭାବୁଛନ୍ତି କେତେ ଭୟଙ୍କର ଥିଲା କାଲିର ଘଟଣା । ପୁଣି ଭାବୁଛନ୍ତି ସାଥିରେ ଆସିଥିବା ସାଙ୍ଗ କଥା । ଯିଏ କି ସେହି ଦୁର୍ଘଟଣାରେ ଚାଲିଯାଇଛନ୍ତି ।

ଯାଜପୁର ଟାଉନ ( କେନ୍ୟୁଜ) : ଏମାନଙ୍କୁ ଥରେ ଦେଖନ୍ତୁ କେମିତି ଡରିକି ବସିଛନ୍ତି ଏଠି । ଭାବୁଛନ୍ତି କଣ ହେଇଗଲା, କେତେ ବେଳ ଖରାପ ଥିଲା । ଗତକାଲି ଏମାନେ ମୃତ୍ୟୁକୁ ପାଖରେ ଦେଖି ଏଠି ଏମିତି ବସିଛନ୍ତି । ଭାବୁଛନ୍ତି କେତେ ଭୟଙ୍କର ଥିଲା କାଲିର ଘଟଣା । ପୁଣି ଭାବୁଛନ୍ତି ସାଥିରେ ଆସିଥିବା ସାଙ୍ଗ କଥା । ଯିଏ କି ସେହି ଦୁର୍ଘଟଣାରେ ଚାଲିଯାଇଛନ୍ତି ।

ମେଡିକାଲ ଶବଗୃହରେ ବସି ଏମାନେ ଏକଦମ ହତବାକ୍‌ ହୋଇ ବସିଛନ୍ତି ଆଉ ଭାବି ଚାଲିଛନ୍ତି କେତେ ଭୟଙ୍କର ସେହି କାଲିର ଦୁର୍ଘଟଣା । ଏମାନେ ସମସ୍ତେ ବାହାର ରାଜ୍ୟର । କିଏ ବିହାରରୁ ଆସିଛି ତ ଆଉ କିଏ ତାମିଲନାଡୁରୁ । ପରିବାରରେ ମୁଠେ ଦାନା ଯୋଗାଇବା ପାଇଁ ଏମାନେ ଓଡିଶା ଆସି ପାଣି ପାଇପ୍‌ କାମ କରୁଥିଲେ । କିନ୍ତୁ ଏଠାରେ ଏମିତି ଏକ ଦୁର୍ଘଟଣା ଘଟିବ ଆଉ ଜୀବନ ଚାଲିଯିବ ବୋଧହୁଏ ସେମାନେ କଳ୍ପନା ବି କରିନଥିବେ ।

ହଁ ଆଜ୍ଞା ମେଡିକାଲ ଶବଗୃହ ପାଖରେ ବସିଥିବା ଏ ତିନି ଜଣଙ୍କର ଆଉ ତିନି ଜଣ ସାଥି ଥିଲେ । ଯିଏ କି ସେ ଦୁର୍ଘଟଣାରେ ମରିଯାଇଛନ୍ତି । ହଠାତ୍‌ ଅକସ୍ମାତ୍‌ ତୁରନ୍ତ ଘଟିଗଲା ସବୁକିଛି । ଯାଜପୁର ଜିଲ୍ଲାର ବିଞ୍ଝାରପୁରରେ ଘଟିଥିବା ଏ ଅଘଟଣକୁ ନେଇ ସବୁଆଡେ ଚର୍ଚ୍ଚା ।

ମାଟି ଅତଡ଼ା ଧସି କାମ କରୁଥିବା ୩ ଜଣ ଶ୍ରମିକଙ୍କ ର ମୃତ୍ୟୁ ଘଟିଛି। ଯାଜପୁର ବିଞ୍ଝାରପୁର ଥାନା କପିଳା ପଞ୍ଚାୟତ ରାହାସ ଗାଁରେ ଏହି ଅଘଟଣ ଘଟିଛି । ପାଇପ୍ ଲାଇନ୍ କାମ ବେଳେ ମାଟି ଧସିବାରୁ ଚାପି ହୋଇଯାଇଥିଲେ ୩ ଜଣ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ମାନେ ଏକ କମ୍ପାନୀର ଶ୍ରମିକ। ସେମାନେ ବିହାର ଓ ତାମିଲନାଡୁ ରାଜ୍ୟର ବୋଲି ଜଣାପଡ଼ିଛି ।

ତେବେ ସୂଚନା ଅନୁଯାୟୀ ଗତ ରାତିରେ କାମ ଚାଲିଥିବା ବେଳେ ତଳେ ୩ ଜଣ ଶ୍ରମିକ ଥିଲେ। ହଠାତ୍‌ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ୩ ଶ୍ରମିକଙ୍କୁ ଉଦ୍ଧାର କରି ପ୍ରଥମେ ବିଞ୍ଝାରପୁର ମେଡିକାଲକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଡାକ୍ତର ଯାଜପୁର ରେଫର କରିଦେଲେ। ମାତ୍ର ସେଠାରେ ଡାକ୍ତର ସମସ୍ତ ୩ ଶ୍ରମିକଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି । ଏହି ଅଘଟଣରେ ଆଉ କିଛି ଶ୍ରମିକ ଆହତ ହୋଇଥିବା ଜଣାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଠିକା ସଂସ୍ଥାକୁ ପଚରାଉଚରା କରୁଛି। ବ୍ୟବଚ୍ଛେଦ ପରେ ମୃତଦେହ ଗୁଡ଼ିକୁ ସେମାନଙ୍କ ରାଜ୍ୟକୁ ପଠାଯିବ ବୋଲି ଜଣାଯାଇଛି।

ତେବେ କହିବାକୁ ଚାହିଁବୁ ଯେ ଶ୍ରମିକମାନେ ହେଲେ ବି ସେମାନେ ବି ମଣିଷ । ସେମାନଙ୍କର ବି ଘରଦ୍ୱାର ଅଛି । ନିଜ ପରିବାର ପାଇଁ ସେମାନେ ଖଟୁଛନ୍ତି । ତାଙ୍କ ଜୀବନକୁ ଏପରି ଭାବେ ବିପଦରେ ପଡିବା ଆଦୌ ବି ଠିକ୍‌ ନୁହେଁ । ଯଦି ଦେଖୁଛନ୍ତି ମାଟି ଓଦା ହେଇଛି କିମ୍ବା ସେଠି ମାଟି ଅତଡା ଖସିବାର ସମ୍ଭାବନା ରହୁଛି ସେମିତି ପରିସ୍ଥିତିରେ ଉଚିତ ବସ୍ତୋବସ୍ତ କରାଇ ତାଙ୍କୁ ଭିତରକୁ କାମ ପାଇଁ ପଠାନ୍ତୁ । ନଚେତ ଏମିତି ଭାବେ ତାଙ୍କ ଜୀବନ ବିପଦରେ ପକାନ୍ତୁ ନାହିଁ । ଏଥିପାଇଁ ଠିକା ସଂସ୍ଥାକୁ ନିଶ୍ଚିତ ଭାବେ ଧ୍ୟାନ ଦେବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.