କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ମାଧବୀ ରାଜେଙ୍କ ଦେହାନ୍ତ, ଦିଲ୍ଲୀ ଏମ୍ସରେ ଚାଲିଥିଲା ଚିକିତ୍ସା

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ମାଧବୀ ରାଜେ ସିନ୍ଧିଆଙ୍କ ଦେହାନ୍ତ ହୋଇଛି । ଗତ ତିନିମାସ ଧରି ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ଥିଲେ । ତାଙ୍କ ଦେହାନ୍ତ ଗ୍ୱାଲିଅର୍ ରାଜ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ।

କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ମାଧବୀ ରାଜେ ସିନ୍ଧିଆଙ୍କ ଦେହାନ୍ତ ହୋଇଛି । ଗତ ତିନିମାସ ଧରି ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ଥିଲେ । ତାଙ୍କ ଦେହାନ୍ତ ଗ୍ୱାଲିଅର୍ ରାଜ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି । ଅନେକ ଦିନ ଯାଏ ମାଧବୀ ରାଜେ ଭେଣ୍ଟିଲେଟର ସପୋର୍ଟରେ ରହିଥିଲେ । ତାଙ୍କର ଏଠାରେ ସେପ୍ସିସ୍‌ ସହିତ ନିମୋନିଆର ମଧ୍ୟ ଚିକିତ୍ସା ଚାଲିଥିଲା ।

କେନ୍ଦ୍ର ମନ୍ତ୍ରୀ ସିନ୍ଧିଆଙ୍କ କାର୍ଯ୍ୟାଳୟ ସୂତ୍ରରୁ କୁହାଯାଇଛି, ‘ବହୁତ ଦୁଃଖର ସହିତ ଆମେ ସେୟାର କରିବାକୁ ଚାହୁଁଛୁ ଯେ ରାଜମାତା ସାହେବ ଆଉ ନାହାନ୍ତି । କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ ତଥା ଗ୍ୱାଲିଅର ରାଜ ପରିବାରର ରାଜମାତା ମାଧବୀ ରାଜେ ସିନ୍ଧିଆ ଗତ ଦୁଇ ମାସ ଧରି ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ଦୁଇ ସପ୍ତାହ ସ୍ଥିତି ବହୁତ କ୍ରିଟିକାଲ୍‌ ଥିଲା । ଆଜି ସକାଳ ୯ଟା ୨୮ରେ ସେ ଦିଲ୍ଲୀ ଏମ୍ସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଓମ୍ ଶାନ୍ତି’।

ଏଠାରେ ଗ୍ୱାଲିଅରରେ ସିନ୍ଧିଆ ପରିବାରର ଛତ୍ରୀରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମାଧବୀ ରାଜେଙ୍କ ଅନ୍ତିମ ସଂସ୍କାର ପାଇଁ ଏକ ପିଣ୍ଡି ତିଆରି କରାଯାଉଛି । ମାଧବରାଓ ସିନ୍ଧିଆଙ୍କ ଛତ୍ରୀ ପଛରେ ମାଧବୀ ରାଜେଙ୍କ ଅନ୍ତିମ ସଂସ୍କାର କରାଯିବ । କହି ରଖୁଛୁ, ସିନ୍ଧିଆ ପରିବାରର ସମସ୍ତ ସଦସ୍ୟଙ୍କ ଅନ୍ତିମ ସଂସ୍କାର କଟୋରା ତାଲରେ ଥିବା ଛତ୍ରୀରେ କରାଯାଏ ।

ସେପଟେ ମାଧବୀ ରାଜେଙ୍କ ଦେହାନ୍ତରେ ସଂସ୍କୃତି ମନ୍ତ୍ରୀ ଧର୍ମେନ୍ଦ୍ର ଲୋଧି ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ଲୋଧି ସୋସିଆଲ ମିଡିଆରେ ଲେଖିଛନ୍ତି, ‘କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୂଜନୀୟ ମା’ ମାଧବୀ ରାଜେ ସିନ୍ଧିଆଙ୍କ ଦେହାନ୍ତର ଦୁଃଖଦ ଖବର ପାଇଛି । ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ତାଙ୍କ ପାଦରେ ଦିବଂଗତ ଆତ୍ମାକୁ ସ୍ଥାନ ଦିଅନ୍ତୁ ଏବଂ ଶୋକାକୂଳ ପରିବାରକୁ ଏହି ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ । ଓମ୍ ଶାନ୍ତି ଶାନ୍ତି’ । ମାଧବୀ ରାଜେଙ୍କ ଦେହାନ୍ତରେ କଂଗ୍ରେସ ନେତା ଅରୁଣ ଯାଦବ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.