ଅଟୋରେ ଆସି ଭୋଟ୍ ଦେଲେ ପାଣ୍ଡିଆନ, କହିଲେ ସମସ୍ତେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଭୋଟ ଦିଅନ୍ତୁ

ଭୋଟ୍ ଦେଲେ ବିଜେଡି ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ। ଘରୁ ଅଟୋରେ ବସି ୟୁନିଟ-୬ GOVT ହାଇସ୍କୁଲ ୪୪ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ସାଧାରଣ ଲୋକଙ୍କ ପରି ଲମ୍ବା ଧାଡିରେ ଛିଡା ହୋଇ ନିଜ ମତ ସାବ୍ୟସ୍ତ କରିଛନ୍ତି । ଭୋଟ ଦେବା ପରେ ପାଣ୍ଡିଆନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସମସ୍ତେ ବହୁସଂଖ୍ୟାରେ ଆସି ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ।

ଭୁବନେଶ୍ୱର (କେନ୍ୟୁଜ): ଭୋଟ୍ ଦେଲେ ବିଜେଡି ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ। ଘରୁ ଅଟୋରେ ବସି ୟୁନିଟ-୬ GOVT ହାଇସ୍କୁଲ ୪୪ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ସାଧାରଣ ଲୋକଙ୍କ ପରି ଲମ୍ବା ଧାଡିରେ ଛିଡା ହୋଇ ନିଜ ମତ ସାବ୍ୟସ୍ତ କରିଛନ୍ତି । ଭୋଟ ଦେବା ପରେ ପାଣ୍ଡିଆନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସମସ୍ତେ ବହୁସଂଖ୍ୟାରେ ଆସି ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ। ନଜ ମନ ପସନ୍ଦର ପ୍ରାର୍ଥୀ ବାଛିନ୍ତୁ ।

ଏହା ମଧ୍ୟ କହିଛନ୍ତି ଅଟୋ ଚାଳକ ସଂଘ ମୋତେ ଆଟୋରେ ବସିବାକୁ ଅନୁରୋଧ କରିଥିଲେ, ତେଣୁ ଅଟୋରେ ଆସି ଭୋଟ ଦେଲି । ଛାତ୍ରଜୀବନ ସମୟରେ ଅଟୋରେ ଯାଉଥିଲୁ, ସେ ପୁରୁଣା ସ୍ମୃତି ମନେ ପଡିଲା । ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ମଧ୍ୟ ୪୪ ନମ୍ବର ବୁଥରେ ପହଞ୍ଚି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

 

Leave A Reply

Your email address will not be published.