ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ଅରବିନ୍ଦ ପାଢ଼ୀ, ୧୧ ତାରିଖ ଯାଏ ତୁଲାଇବେ ଅତିରିକ୍ତ ଦାୟିତ୍ବ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ଅରବିନ୍ଦ ପାଢ଼ୀ । ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ବରିଷ୍ଠ ଆଇଏଏସ ଅଫିସର ଅରବିନ୍ଦ ପାଢ଼ୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି  । ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଦାୟିତ୍ବ ଗ୍ରହଣ କରିଛନ୍ତି । ଜୁନ ୧୧ ତାରିଖ ପର୍ଯ୍ୟନ୍ତ ସେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।

ପୁରୀ (କେନ୍ୟୁଜ); ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ଅରବିନ୍ଦ ପାଢ଼ୀ । ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ବରିଷ୍ଠ ଆଇଏଏସ ଅଫିସର ଅରବିନ୍ଦ ପାଢ଼ୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଜୁନ ୧୧ ତାରିଖ ପର୍ଯ୍ୟନ୍ତ ସେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

ଚଳିତ ବର୍ଷ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ରଥଯାତ୍ରା ପଡୁଥିବାରୁ ନୀତିକାନ୍ତି କିଭଳି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରଥ ନିର୍ମାଣ ଉପରେ ମଧ୍ୟ ଦୃଷ୍ଟି ଦେଇଛନ୍ତି ଅରବିନ୍ଦ ପାଢ଼ୀ।

Leave A Reply

Your email address will not be published.