Below header

ଫିଲ୍ମ ‘ସିକନ୍ଦର’ରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ସଲମାନ ଓ ରଶ୍ମିକା, ସାମ୍ନାକୁ ଆସିଲା ରିଲିଜ୍‌ ଡେଟ୍‌

ବର୍ତ୍ତମାନ ରଶ୍ମିକା ମନ୍ଦାନା ପୁଣି ଦର୍ଶକଙ୍କ ମନ ଜିତିବା ପାଇଁ ଆସିବାକୁ ଯାଉଛନ୍ତି । ବର୍ତ୍ତମାନ ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର'ରେ ରଶ୍ମିକା ମନ୍ଦାନା ଲୋକଙ୍କ ଏଣ୍ଟଟେନ୍‌ମେଣ୍ଟ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ନିଜର କ୍ୟୁଟ୍‌ନେସ୍‌ ଏବଂ ଦମ୍‌ଦାର ଅଭିନୟ ଯୋଗୁଁ ନ୍ୟାସନାଲ କ୍ରସ୍ ହୋଇସାରିଛନ୍ତି ଏବଂ ବର୍ତ୍ତମାନ ସେ ପୁଣି ଥରେ ଲୋକଙ୍କ ମନ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ନିକଟରେ ‘ଆନିମଲ’ ଏବଂ ‘ପୁଷ୍ପା’ ପରି ସୁପରହିଟ୍ ଫିଲ୍ମ ଦେବା ପରେ ବର୍ତ୍ତମାନ ରଶ୍ମିକା ମନ୍ଦାନା ପୁଣି ଦର୍ଶକଙ୍କ ମନ ଜିତିବା ପାଇଁ ଆସିବାକୁ ଯାଉଛନ୍ତି । ବର୍ତ୍ତମାନ ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ରେ ରଶ୍ମିକା ମନ୍ଦାନା ଲୋକଙ୍କ ଏଣ୍ଟଟେନ୍‌ମେଣ୍ଟ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ନିଜର କ୍ୟୁଟ୍‌ନେସ୍‌ ଏବଂ ଦମ୍‌ଦାର ଅଭିନୟ ଯୋଗୁଁ ନ୍ୟାସନାଲ କ୍ରସ୍ ହୋଇସାରିଛନ୍ତି ଏବଂ ବର୍ତ୍ତମାନ ସେ ପୁଣି ଥରେ ଲୋକଙ୍କ ମନ ଜିତିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ୨୦୨୫ ଇଦ୍‌ରେ ଫ୍ୟାନ୍ସଙ୍କୁ ସଲମାନ ଏବଂ ରଶ୍ମିକାଙ୍କର ଅନନ୍ୟ ଯୋଡି ଦେଖିବାକୁ ମିଳିବ । ଏହି ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ପୂର୍ବରୁ ଉତ୍ସାହ ରହିଛି । ତେବେ ପ୍ରଡକ୍ସନ୍ ହାଉସ୍ ମଧ୍ୟ ଏହାର ଅଫିସିଆଲ୍‌ ହ୍ୟାଣ୍ଡେଲରେ ଫିଲ୍ମରେ ରଶ୍ମିକାଙ୍କ ଏଣ୍ଟ୍ରି ବିଷୟରେ ଆନାଉନ୍ସମେଣ୍ଟ କରାଯାଇଛି ।

ସଲମାନ ଖାନ ଏବଂ ସାଜିଦ ନାଦିଆଡୱାଲାଙ୍କ ଯୋଡି ପୁଣି ଏକାଠି ହୋଇ ଫିଲ୍ମ ‘ସିକନ୍ଦର’ ତିଆରି କରିଛନ୍ତି । ସେମାନେ ପୂର୍ବରୁ ‘କିକ୍’, ‘ଜୁଡୱା’ ଏବଂ ‘ମୁଝସେ ଶାଦୀ କରୋଗି’ ଭଳି ବ୍ଲକବଷ୍ଟର ଫିଲ୍ମରେ ଏକାଠି କାମ କରିଥିଲେ । ଏହା ବ୍ୟତୀତ ସାଜିଦ ନାଦିଆଡୱାଲା ‘ଗଜିନି’ ଏବଂ ‘ହଲିଡେ’ ଭଳି ଅନେକ ଫିଲ୍ମର ନିର୍ଦ୍ଦେଶନା ପାଇଁ ଜଣାଶୁଣା ।

ତେବେ ଫିଲ୍ମ ‘ସିକନ୍ଦର୍’ ଟାଇଟଲ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଫିଲ୍ମ ଘୋଷଣା ହେବା ଦିନଠାରୁ ଚର୍ଚ୍ଚାରେ ରହିଛି । ଫିଲ୍ମର ରିଲିଜ୍ ଡେଟ୍‌ ମଧ୍ୟ ଘୋଷଣା ହୋଇସାରିଛି । ତେବେ ଫିଲ୍ମର ବାକି କାଷ୍ଟ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସୂଚନାଯୋଗ୍ୟ ଯେ ସଲମାନ ଖାନ ଆଜିଠାରୁ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି । ଏହା ସହ ତାଙ୍କର ଗୋଟିଏ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ତାଙ୍କର ଜଣେ ଫ୍ୟାନ୍ସଙ୍କ ସହ ସେଟରେ ପୋଜ୍ କରୁଥିବା ନଜର ଆସିଛନ୍ତି ।

ଏହା ସହ ସଲମାନ ଖାନଙ୍କୁ କ୍ୟାଟ୍ରିନା କୈଫଙ୍କ ସହ ‘ଟାଇଗର’ ‘ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ରଶ୍ମିକା ମନ୍ଦାନାଙ୍କ ବିଷୟରେ କହିବାକୁ ଗଲେ ତାଙ୍କୁ ରଣବୀର କପୁରଙ୍କ ସହ ଫିଲ୍ମ ‘ଆନିମଲ’ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଖୁବ ଶୀଘ୍ର ଧନୁଷଙ୍କ ସହ ‘କୁବେର’, ‘ଇନ୍ଦ୍ରଧନୁ’, ‘ଗର୍ଲଫ୍ରେଣ୍ଡ’ ଏବଂ ସୁକୁମାରଙ୍କ ଫିଲ୍ମ ‘ ପୁଷ୍ପା ୨: ଦି ରୁଲ୍‌’ରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.