‘ଏକ୍ସ ବୟଫ୍ରେଣ୍ଡ ହିଁ ଲିକ୍‌ କରିଥିଲେ ମୋ ବାଥ୍‌ରୁମ ଭିଡିଓ’, ବହୁ ବର୍ଷ ପରେ ଇଣ୍ଟରଭ୍ୟୁରେ ପୁନମ୍‌ ପାଣ୍ଡେଙ୍କ ଖୁଲାସା

ପୁନମ୍‌ ପାଣ୍ଡେ ଇଣ୍ଡଷ୍ଟ୍ରୀର ବିବାଦୀୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ପ୍ରାୟତଃ କିଛି ନା କିଛି ବିବାଦକୁ ନେଇ ସେ ଚର୍ଚ୍ଚାରେ ଥାଆନ୍ତି । ଏବେ ପୁଣି ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

ପୁନମ୍‌ ପାଣ୍ଡେ ଇଣ୍ଡଷ୍ଟ୍ରୀର ବିବାଦୀୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ପ୍ରାୟତଃ କିଛି ନା କିଛି ବିବାଦକୁ ନେଇ ସେ ଚର୍ଚ୍ଚାରେ ଥାଆନ୍ତି । ଏବେ ପୁଣି ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । କିଛି ବର୍ଷ ତଳେ ସୋସିଆଲ ମିଡିଆରେ ତାଙ୍କର ବାଥ୍‌ରୁମ ଭିଡିଓ ଲିକ୍‌ ହୋଇଥିଲା । ପୁନମ୍‌ଙ୍କର ଏହି ପ୍ରାଇଭେଟ୍‌ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏବେ ଅନେକ ବର୍ଷ ପରେ ସେ ଲିକ୍‌ ଭିଡିଓ ବିଷୟରେ ଖୁଲାସା କରିଛନ୍ତି ।

ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ସହିତ ଏପରି କାରନାମା ଆଉ କେହି ନୁହେଁ, ବରଂ ତାଙ୍କ ଏକ୍ସ ବୟଫ୍ରେଣ୍ଡ ହିଁ କରିଥିଲେ । ଯେତେବେଳେ ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ବାଥ୍‌ରୁମ ଭିଡିଓ ଲିକ୍‌ ହୋଇଥିଲା, ସେତେବେଳେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଥିଲା । ଏପରି କି, ଏହି ଅଶ୍ଳୀଳ ଭିଡିଓକୁ ୟୁଟ୍ୟୁବ୍‌ ମଧ୍ୟ ବ୍ଲକ୍‌ କରି ଦେଇଥିଲା ।

ପୁନମ୍‌ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ‘ମୋର ଆଜି ମଧ୍ୟ ଏହା ମନେ ଅଛି ଏବଂ ଏହାକୁ ମୁଁ କେବେ ବି ଭୁଲି ପାରିବି ନାହିଁ । ଆମେ ପରସ୍ପର ସହ ଝଗଡ଼ା ଲାଗିଥିଲୁ । ମୋତେ ନିଜକୁ ବଞ୍ଚାଇବାର ଥିଲା । ଝଗଡ଼ା ବେଳେ ବୟଫ୍ରେଣ୍ଡ ଟ୍ରିମର୍‌ ଉଠାଇ ମୋ କେଶକୁ ଟ୍ରିମ୍‌ କରିବାକୁ ଯାଉଥିଲେ । କିନ୍ତୁ କୌଣସି ପ୍ରକାରେ ମୁଁ ତାଙ୍କଠାରୁ ଟ୍ରିମର ଛଡ଼େଇ ଆଣି କୋଠରୀରୁ ଦୌଡ଼ି ପଳାଇଥିଲି । ମୁଁ ଦୌଡ଼ି ପଳାଇ ଯାଇଥିଲି, କିନ୍ତୁ ମୋ ଫୋନ୍‌ ରୁମ୍‌ରେ ହିଁ ରହି ଯାଇଥିଲା । ମୁଁ ରାତାରାତି ଘରେ ପହଞ୍ଚି ମୋ ପାପାଙ୍କୁ ସବୁ କଥା ଜଣାଇଥିଲି’ ।

ପୁନମ୍‌ କହିଥିଲେ ଯେ ସେହି ଝଗଡ଼ା ପରେ ଏକ୍ସ ବୟଫ୍ରେଣ୍ଡ ତାଙ୍କର ପ୍ରାଇଭେଟ୍‌ ଭିଡିଓଗୁଡ଼ିକୁ ଲିକ୍‌ କରିବାକୁ ଧମକ ଦେଇଥିଲେ । କିନ୍ତୁ ବୟଫ୍ରେଣ୍ଡ ଏତେ ତଳକୁ ଖସିଯିବେ ବୋଲି ସେ କେବେ ଭାବି ନ ଥିଲେ ।

ଇଣ୍ଟରଭ୍ୟୁରେ ଅଭିନେତ୍ରୀ ଆହୁରି କହିଛନ୍ତି, ‘ସେ ମୋ ବାପାଙ୍କୁ କଲ୍‌ କରି କହିଥିଲେ ଯେ ଯଦି ମୁଁ ତାଙ୍କ ପାଖକୁ ନ ଫେରେ, ତେବେ ଭିଡିଓଗୁଡ଼ିକୁ ଲିକ୍‌ କରିଦେବେ । ମୁଁ ତାଙ୍କୁ ନ ଯିବା କଥା କହିଥିଲି । ଏହାପରେ ସେ ଧମକ ଦେଇ କହିଥିଲେ, ଇନ୍‌ଷ୍ଟାଗ୍ରାମରେ ଭିଡିଓଗୁଡ଼ିକୁ ପୋଷ୍ଟ କରିଦେବେ । ବାସ୍ତବିକ୍‌, ସେ ଏହା ମଧ୍ୟ କରିଦେଇଥିଲେ’ ।

ପୁନମ୍‌ କହିଛନ୍ତି, ‘ସେହି ଭିଡିଓ ମୋ ଜୀବନକୁ ନଷ୍ଟ କରିଦେଇଥିଲା । ସେହି ସମୟରେ ମୁଁ ଅର୍ଥାଭାବ ଦେଇ ମଧ୍ୟ ଗତି କରୁଥିଲି । ଖରାପ ସେତେବେଳେ ଲାଗିଥିଲା, ଯେତେବେଳେ ବୟଫ୍ରେଣ୍ଡଙ୍କ ସାଙ୍ଗମାନେ ଏହି ହରକତକୁ ନେଇ ତାଙ୍କୁ ପ୍ରଶଂସା କରିଥିଲେ’ ।

କହି ରଖୁଛୁ ଯେ କିଛି ମାସ ତଳେ ପୁନମ୍‌ ପାଣ୍ଡେଙ୍କ ଟିମ୍‌ ଅଭିନେତ୍ରୀଙ୍କ ମୃତ୍ୟୁ ନେଇ ମିଥ୍ୟା ଖବର ପ୍ରଚାରିତ କରିଥିଲା, ଯାହାକୁ ନେଇ ପୁନମ୍‌ ପରେ ସମାଲୋଚନାର ଶିକାର ହୋଇଥିଲେ । ପୁନମ୍‌ଙ୍କର କ୍ୟାନ୍ସରରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ଟିମ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.