Below header

ବିମାନ ଟଏଲେଟ୍‌ରେ ଲୁଚିକି ଜଳାଇଲେ ସିଗାରେଟ୍‌, ଜାଣିପାରିଲେ ପାଇଲଟ୍‌; ୫୧ ବର୍ଷୀୟ ବ୍ୟକ୍ତି ଗିରଫ

ଓମାନର ମସ୍କଟ୍‌ରୁ ମୁମ୍ବାଇ ଆସୁଥିବା ଏକ ବିମାନରେ ୫୧ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଅଭିଯୋଗ ରହିଛି, ବ୍ୟକ୍ତି ଜଣକ ବିମାନର ଟଏଲେଟ୍‌ରେ ସିଗାରେଟ୍‌ ପିଉଥିଲେ । ଯେମିତି ହିଁ ସେ ସିଗାରେଟ୍‌ ଜଳାଇଥିଲେ, ତାହା ପାଇଲଟ୍‌ ଜାଣି ପାରିଥିଲେ ।

ଓମାନର ମସ୍କଟ୍‌ରୁ ମୁମ୍ବାଇ ଆସୁଥିବା ଏକ ବିମାନରେ ୫୧ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଅଭିଯୋଗ ରହିଛି, ବ୍ୟକ୍ତି ଜଣକ ବିମାନର ଟଏଲେଟ୍‌ରେ ସିଗାରେଟ୍‌ ପିଉଥିଲେ । ଯେମିତି ହିଁ ସେ ସିଗାରେଟ୍‌ ଜଳାଇଥିଲେ, ତାହା ପାଇଲଟ୍‌ ଜାଣି ପାରିଥିଲେ ।

ରିପୋର୍ଟ ମୁତାବକ, ଭିସ୍ତାରା ଏୟାରଲାଇନ୍ସର UK234 ବିମାନ ମସ୍କଟ୍‌ରୁ ରାତି ପ୍ରାୟ ୧୧ଟା ୫୬ ମିନିଟ୍‌ରେ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା । ଏହି ସମୟରେ ବାଳକୃଷ୍ଣ ରାଜାୟନ ନାମକ ଯାତ୍ରୀ ବିମାନର ପଛପାର୍ଶ୍ୱ ଟଏଲେଟ୍‌କୁ ଯାଇଥିଲେ ଏବଂ ସେଠାରେ ସିଗାରେଟ୍‌ ଜଳାଇ ପିଇଥିଲେ । ରାଜାୟନ ହେଲେ ତାମିଲନାଡ଼ୁ କନ୍ୟାକୁମାରୀର ବାସିନ୍ଦା ।

ଏହି ଘଟଣା ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ବିମାନର ପାଇଲଟ୍‌ ସ୍ମୋକ୍‌ ଡିଟେକ୍ଟରରୁ ଏହା ଜାଣି ପାରିଥିଲେ । ବିମାନ ଭିତରେ କେହି ଜଣେ ସିଗାରେଟ୍‌ ପିଉଥିବାର ପାଇଲଟ୍‌ ଜାଣିବାକୁ ପାଇବା ପରେ ଏ ନେଇ କ୍ରୁ ମେମ୍ବରମାନଙ୍କୁ ସୂଚନା ଦେଇଥିଲେ । ଯେତେବେଳେ ସେମାନେ ଟଏଲେଟ୍‌ ଯାଞ୍ଚ କରିବାକୁ ଯାଇଥିଲେ, ସେଠାରେ ଓ୍ଵାଶ୍‌ ବେସିନ୍‌ରେ ଏକ ବଡ଼ ସିଗାରେଟ୍‌ ଖଣ୍ଡ ପଡ଼ିଥିବାର ଦେଖିବାକୁ ପାଇଥିଲେ ।

ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ କ୍ରୁ ସଦସ୍ୟମାନେ ସୁରକ୍ଷା ଅଧିକାରୀମାନଙ୍କୁ ଏ ବିଷୟରେ ଜଣାଇଥିଲେ । ଏହାପରେ ଅଧିକାରୀମାନେ ସମ୍ପୃକ୍ତ ଯାତ୍ରୀଙ୍କୁ ପଚରାଉଚରା ପାଇଁ ନେଇଥିଲେ । ଏହି ସମୟରେ ଯାତ୍ରୀ ଜଣକ ମାନିଥିଲେ କି, ସେ ଟଏଲେଟ୍‌ରେ ସିଗାରେଟ୍‌ ପିଇଥିଲେ । ଏପରି କି, ତାଙ୍କ ପାଖରୁ ଦିଆସିଲି ଖୋଳ ମଧ୍ୟ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି ।

ଏହି ଘଟଣା ପରେ ଯାତ୍ରୀଙ୍କୁ ଥାନାକୁ ନିଆଯାଇଥିଲା ଏବଂ ସେଠାରେ ସୁରକ୍ଷା ଅଧିକାରୀମାନେ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ ଯାତ୍ରୀ ଜଣକ ଜାଣିଶୁଣି ସୁରକ୍ଷାଜନିତ ନିୟମ ଉଲ୍ଲଂଘନ କରିଥିଲେ । ଏହି କାରଣରୁ ବିମାନରେ ଥିବା ବାକି ଯାତ୍ରୀମାନଙ୍କ ଜୀବନ ବି ବିପଦରେ ପଡ଼ିଥିଲା । ଏବେ ସମ୍ପୃକ୍ତ ଯାତ୍ରୀଙ୍କ ବିରୋଧରେ ଆଇପିସି ଧାରା ୩୩୬ ଏବଂ ଏୟାରକ୍ରାଫ୍ଟ ନିୟମ ୨୫ ଅଧୀନରେ ମାମଲା ରୁଜୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.