ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଇରାନର ପୂର୍ବ ଆଜାରବୈଜାନ ପ୍ରଦେଶର ଜୋଲଫା ଠାରେ ହେଲିକପ୍ ଟରର ହାର୍ଡ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣା ଘଟିଛି ।

ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଇରାନର ପୂର୍ବ ଆଜାରବୈଜାନ ପ୍ରଦେଶର ଜୋଲଫା ଠାରେ ହେଲିକପ୍ ଟରର ହାର୍ଡ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସଂପର୍କରେ ଅଧିକ କିଛି ସୂଚନା ମିଳିନଥିବା ବେଳେ ହେଲିକପ୍ ଟରକୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ ଟର ସହ ତିନିଟି ହେଲିକପ୍ ଟର କନଭଏ ଭାବେ ଯାଇଥିବା ବେଳେ ଦୁଇଟି ସୁରକ୍ଷିତ ଭାବେ ଫେରିଆସିଛି । ରଇସି ଥିବା ହେଲିକପ୍ ଟରରେ ଇରାନ ବୈଦେଶିକ ମନ୍ତ୍ରୀ ହୁସେନ ଅମୀରାବଦୋଲ୍ଲାହିଆନ ଏବଂ ଇରାନ ସର୍ବୋଚ୍ଚ ନେତାଙ୍କ ପ୍ରତିନିଧିତ୍ବ କରୁଥିବା ଅୟୋତୋଲ୍ଲା ମହମ୍ମଦ ଅଲ୍ଲୀ ରହିଥିଲେ ।

ଶକ୍ତି ମନ୍ତ୍ରୀ ଅଲ୍ଲୀ ଅକବର ମେହରାବିଆନା ଓ ପରିବହନ ମନ୍ତ୍ରୀ ମେହରଦାଦ ବାଜ୍ ରପାସ ଥିବା ଦୁଇଟି ଯାକ ହେଲିକପ୍ ଟର ସୁରକ୍ଷିତ ଭାବେ ଫେରିଆସିଛି । ଦୁର୍ଘଟଣା ସମୟରେ ରାଷ୍ଟ୍ରପତି ରଇସିଙ୍କ ସହ ଥିବା ବ୍ୟକ୍ତି ଏମର୍ଜେନ୍ ସୀ କଲ କରିବାକୁ ପ୍ରୟାସ କରିଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.