ଜାଲରେ ଫସିଗଲା ମାଙ୍କଡ଼ ଛୁଆ, ଘଟଣାସ୍ଥଳରେ ଆତଙ୍କ ଖେଳାଇଲେ ମାଙ୍କଡ଼ ଦଳ

ପୁରୀ ପୌରପାଳିକା ଅନ୍ତର୍ଗତ ସର୍ବୋଦୟ ନଗରରେ ଦେଖିବାକୁ ମିଳିଥିଲା ମାଙ୍କଡଙ୍କ ଉତ୍ପାତ । ଦୀର୍ଘ ୪ ଘଣ୍ଟା ଆତଙ୍କ ଖେଳାଇବା ପରେ ବନ ବିଭାଗ ମାଙ୍କଡ଼ ଛୁଆକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ।

ପୁରୀ(କେନ୍ୟୁଜ): ଛୁଆ ମାଙ୍କଡ଼କୁ ଉଦ୍ଧାର କରିବା ପାଇଁ ଦୀର୍ଘ ଘଣ୍ଟା ଚାଲିଲା ଉଦ୍ଧାର ପ୍ରକ୍ରିୟା । ଦିନ ବେଳରୁ ମାଙ୍କଡ଼ ଛୁଆଟି ଫଶି ରହିଥିଲେ ମଧ୍ୟ ତାକୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ ଗାଁ ଲୋକେ । ଶେଷରେ ବନ ବିଭାଗକୁ ଖବର ଦିଆଯାଇଥିଲା । ବନ ବିଭାଗ ବି ପ୍ରଥମେ ମାଙ୍କଡ଼ ଛୁଆକୁ ଉଦ୍ଧାର କରିବାରେ ବିଫଳ ହୋଇଥିଲା । କାହିଁକି ନା ମାଙ୍କଡ଼ ଛୁଆଟିର ମା’ ଉକ୍ତ ସ୍ଥାନରେ ଆତଙ୍କ ଖେଳାଇଥିଲା । ଛୁଆଟି ଜାଲରେ ଫସି ଯାଇଥିବାରୁ ମାଙ୍କଡ଼ ଦଳ ଘଟଣାସ୍ଥଳରେ ଉତ୍ପାତ କରିଥିଲେ । ଏହା ବ୍ୟତୀତ ମାଙ୍କଡ଼ ଛୁଆ ପାଖକୁ ଆସିବା ପାଇଁ କାହାକୁ ବି ଛାଡ଼ୁ ନଥିଲା ମା’ ମାଙ୍କଡ଼ । କିନ୍ତୁ ରାତି ହେବାରୁ ମା’ ମାଙ୍କଡ଼ ଟି ଛୁଆ ପାଖରୁ ଅଳ୍ପ ଦୂରେଇଥିଲା । ଏହି ସମୟର ସୁଯୋଗ ନେଇ ବନ ଅଧିକାରୀମାନେ ମାଙ୍କଡ଼ ଛୁଆକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ସୂଚନା ଅନୁସାରେ ପୁରୀ ପୌରପାଳିକା ଅନ୍ତର୍ଗତ ସର୍ବୋଦୟ ନଗରରେ ଦେଖିବାକୁ ମିଳିଥିଲା ମାଙ୍କଡଙ୍କ ଉତ୍ପାତ । ଦୀର୍ଘ ୪ ଘଣ୍ଟା ଆତଙ୍କ ଖେଳାଇବା ପରେ ବନ ବିଭାଗ ମାଙ୍କଡ଼ ଛୁଆକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ସର୍ବୋଦୟ ନଗରର ଶଙ୍କର୍ଷଣ ଦାଶଙ୍କ ଅଗଣାରେ ଥିବା ଆମ୍ବ ଗଛର ସୁରକ୍ଷା ପାଇଁ ସେ ଏକ ଜାଲ ବିଛାଇଥିଲେ । କିନ୍ତୁ ଗତ କାଲି ଏହି ଜାଲରେ ଏକ ମାଙ୍କଡ଼ ଛୁଆ ଫସି ଯାଇଥିଲା । ଛୁଆକୁ ଉଦ୍ଧାର କରିବାକୁ ମା’ ମାଙ୍କଡ଼ ପହଞ୍ଚିଥିଲା । ଏହାପରେ ମାଙ୍କଡ଼ଙ୍କ ଏକ ପଲ ଘଟଣା ସ୍ଥଳରେ ଉତ୍ପାତ କରିବା ଆରମ୍ଭ କରିଥିଲେ। ଶ୍ରୀ ମିଶ୍ର ତାଙ୍କ ଘର ପରିସରରେ ଥିବା ଏକ ଆମ୍ବ ଗଛରେ ଜାଲ ବିଛାଇଥିଲେ, କିନ୍ତୁ ଏହି ଜାଲରେ ମାଙ୍କଡ଼ ଛୁଆ ଫସି ଯିବାରୁ ସେ ଚିନ୍ତାରେ ପଡ଼ିଥିଲେ l ଅପରାହ୍ନ ୪ ଟାରୁ ଏହି ମାଙ୍କଡ଼ ଛୁଆ ଫସି ରହିଥିବାରୁ ମାଙ୍କଡ଼ ପଲ ଛୁଆଟିକୁ ଜଗି ରହିବା ସହ ଶ୍ରୀ ଦାଶଙ୍କ ପରିବାରର କାହାକୁ ବି ବାହାରକୁ ଯିବାକୁ ଦେଇନଥିଲେ l ଯେଉଁମାନେ ଶ୍ରୀ ଦାଶଙ୍କ ଘରକୁ ଯାଉଥିଲେ ମାଙ୍କଡ଼ ଦଳ ସେମାନଙ୍କୁ ଗୋଡାଉଥିଲେ l ଅପରାହ୍ନ ୪ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ମାଙ୍କଡ଼ ଦଳ ଘଟଣା ସ୍ଥଳରେ ଆତଙ୍କ ଖେଳାଇ ଥିଲେ l ଶେଷରେ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀମାନେ ପହଞ୍ଚି ଛୁଆ ମାଙ୍କଡ଼କୁ ଉଦ୍ଧାର କରିଥିଲେ l

ଦର୍ଶକ ବନ୍ଧୁ ଏଠାରେ କହି ରଖିବାକୁ ଚାହିଁବୁ ଆପଣମାନେ ନିଜ ବାଡ଼ି ବଗିଚାକୁ ସୁରକ୍ଷିତ ରଖନ୍ତୁ ମନା ନାହିଁ କିନ୍ତୁ ଆପଣ ଯଦି ଏମିତି ଜାଲ ବିଛାଇବେ ତେବେ ନିରୀହ ଜୀବମାନେ ଏମିତି ସମସ୍ୟାରେ ପଡ଼ୁଛନ୍ତି । ଆପଣ ବାଡ଼ି କିମ୍ବା ଠେଙ୍ଗା ଦେଖାଇଲେ ମଧ୍ୟ ଏ ଅଜ୍ଞାନ ପଶୁ ଆପଣଙ୍କ ବାଡ଼ି ବଗିଚାରୁ ଦୂରେଇ ରହିବେ । କିନ୍ତୁ ଏମିତି ଜାଲ ବିଛାଇଲେ କୌଣସି ନୀରିହ ପଶୁର ଜୀବନ ବି ଯାଇପାରେ । ତେଣୁ ଏଥିପ୍ରତି ଧ୍ୟାନ ଦେଲେ ହୁଏତ ଏଭଳି ସମସ୍ୟା ହେବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.