ଭୁବନେଶ୍ୱରରେ ସରିଲା ନର୍ବାଚନ ଫୁଟିଲା ବୋମା ! ଅପରାଧୀଙ୍କୁ ଖୋଜୁଛି ପୋଲିସ୍

ସମୟ ସକାଳ ପ୍ରାୟ ୮ଟା । ସକାଳୁ ସକାଳୁ ସଭିଏଁ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ, ହଠାତ୍ ଶୁଭିଲା ପ୍ରଚଣ୍ଡ ଶବ୍ଦ । କୁଆଡେ ଥିଲେ କେଜାଣି ହଠାତ୍ ୪ ଜଣ ଦୁର୍ବୃତ୍ତ ବାଇକରେ ଦ୍ରୁତ ଗତିରେ ମାଡି ଆସିଲେ ।

ଭୁବନେଶ୍ୱର (କେନ୍ୟୁଜ): ସମୟ ସକାଳ ପ୍ରାୟ ୮ଟା । ସକାଳୁ ସକାଳୁ ସଭିଏଁ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ, ହଠାତ୍ ଶୁଭିଲା ପ୍ରଚଣ୍ଡ ଶବ୍ଦ । କୁଆଡେ ଥିଲେ କେଜାଣି ହଠାତ୍ ୪ ଜଣ ଦୁର୍ବୃତ୍ତ ବାଇକରେ ଦ୍ରୁତ ଗତିରେ ମାଡି ଆସିଲେ । କିଏ କିଛି ବୁଝିଲା ପୂର୍ବରୁ, ଆଖିପଛୁଳାକେ ବୋମା ମାଡ଼ କଲେ । ଏଭଳି ଏକ ସାଂଘାତିକ ଘଟଣା ଘଟିଛି ରାଜଧାନୀର ଛାତି ଉପରେ । ଏକ ସ୍କର୍ପିଓ ଗାଡ଼ିକୁ ବୋମାମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଛନ୍ତି ।

ହଁ ଆଜ୍ଞା ରାଜଧାନୀରେ ଫୁଟିଲା ବୋମା । ବରମୁଣ୍ଡା ଅଞ୍ଚଳରେ ହୋଇଛି ଏହି ବୋମାମାଡ଼ । ହେଲେ ଏଥିରେ କାହାର କିଛି କ୍ଷତି ହୋଇନଥିବା ଖବର ମିଳିଛି । ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଅଞ୍ଚଳରେ ଏକ ସ୍କର୍ପିଓ ଉପରକୁ ବୋମା ମାଡ଼ ହୋଇଥିବା ବେଳେ, ବୋମାମାଡ଼ରେ ଗାଡ଼ିର କିଛି ଅଂଶ ଭାଙ୍ଗି ଯାଇଛି ।

ଏହି ସ୍କର୍ପିଓଟି ନୟାପଲ୍ଲୀ ମମତା ସାମନ୍ତ ସିଂହାରଙ୍କର ବୋଲି ଜଣାପଡିଛି । ଏହି ବୋମାମାଡ଼ରେ ଜଣେ ଛାତ୍ର ନେତା ଆହତ ହୋଇଛନ୍ତି । ତେବେ ଏଯାଏ ବୋମାମାଡର ପ୍ରକୃତ କାରଣ ଜଣାପଡିନାହିଁ । ତେବେ ଦୁଇଟି ବାଇକରେ ଦୁର୍ବୃତ୍ତମାନେ ଆସି ଏହି କାଣ୍ଡ ଘଟାଇବା ପରେ ଚମ୍ପଟ ମାରିଥିବା ଜଣାଯାଇଛି ।

ତେବେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ପୋଲିସ୍ ସ୍କର୍ପିଓ ଗାଡ଼ିଟିକୁ ଜବତ ଘଟଣାର ତଦନ୍ତ କରୁଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା କିଛି କହୁଥିବା ବେଳେ । କିଛି ଏହାକୁ ନିର୍ବାଚନୀ ପରବର୍ତ୍ତୀ ହିଂସା ଓ ଗୋଷ୍ଠୀ ସଂଘର୍ଷ ହୋଇଥାଇପାରେ ବୋଲି ସନ୍ଦେହ କରୁଛନ୍ତି ।

କିନ୍ତୁ ସତ କଣ ଏଯାଏ ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ IIC ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ପୋଲିସ୍ ସ୍ବତନ୍ତ୍ର ଟିମ୍ ଗଠନ କରି ଅପରାଧୀକୁ ଖୋଜୁଛି । ଖୁବ୍ ଶୀଘ୍ର ସେମାନଙ୍କୁ କାବୁ କରାଯିବା ବୋଲି ପୋଲିସ୍ କହିଛି ।

ତେବେ ଦିନକୁ ଦିନ ରାଜଧାନୀରେ ବଢିଚାଲିଛି ଅପରାଧ । କେତେବେଳେ ଡ୍ରଗ୍ସ ତ କେତେବେଳେ ଲୁଟ୍, ଆଉ କେତେବେଳେ ଏଭଳି .ବେୋମା ମାଡ । ଏମିତି ପ୍ରତିଦିନ ଚାଲିଛି ଅପରାଧିଙ୍କ ରାଜୁତି । ତେବେ ଦେଖାଯାଉ ଏ ଘଟଣାରେ ପୋଲିସ୍ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Leave A Reply

Your email address will not be published.