Below header

ଏୟାର ଇଣ୍ଡିଆ ଏକ୍ସପ୍ରେସର ୯୦ ବିମାନ ଉଡାଣ ଆଜି ବାତିଲ, ଯାତ୍ରୀଙ୍କ ପାଇଁ ୨୦ ରୁଟରେ ବିମାନ ଅପରେଟ କରିବ ଏୟାର ଇଣ୍ଡିଆ

କ୍ର୍ୟୁ ମେମ୍ବର ଅଭାବ ଯୋଗୁଁ ଆଜି ୯୦ରୁ ଅଧିକ ବିମାନ ରଦ୍ଦ କରିଛି ଏୟାରଲାଇନ୍ସ । ବହୁ ସଂଖ୍ୟାରେ ଉଡାଣ ବାତିଲ କରିବା ଏବଂ ଯାତ୍ରୀମାନଙ୍କ ସମସ୍ୟା ଦେଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ପୁରା ମାମଲାରେ ରିପୋର୍ଟ ମାଗିଛନ୍ତି । ଏୟାରଲାଇନକୁ କର୍ମଚାରୀଙ୍କ ସହ ଏହି ପ୍ରସଙ୍ଗକୁ ତୁରନ୍ତ ସମାଧାନ କରିବା ପାଇଁ କହିଛନ୍ତି ।

ଏୟାର ଇଣ୍ଡିଆ ଏକ୍ସପ୍ରେସର ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି । କ୍ର୍ୟୁ ମେମ୍ବର ଅଭାବ ଯୋଗୁଁ ଆଜି ୯୦ରୁ ଅଧିକ ବିମାନ ରଦ୍ଦ କରିଛି ଏୟାରଲାଇନ୍ସ । ଫଳରେ ଯାତ୍ରୀଙ୍କୁ ସମସ୍ୟା ଭୋଗିବାକୁ ପଡୁଛି । ତେବେ ଯାତ୍ରୀଙ୍କ ସମୟ ବ୍ୟବଧାନକୁ କମ୍‌ କରିବା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ରୁଟରେ ୨୦ ବିମାନ ଅପରେଟ କରିବ । ଏହାଦ୍ୱାରା ଯାତ୍ରୀଙ୍କୁ କିଛି ଆଶ୍ୱସ୍ତି ମିଳିବ । ବୁଧବାର ଦିନ୮୦ରୁ ଅଧିକ ବିମାନ ବାତିଲ ହୋଇଥିଲା । ଫଳରେ ଅନେକ ଯାତ୍ରୀ ହଇରାଣ ହୋଇଥିଲେ ।

ବହୁ ସଂଖ୍ୟାରେ ଉଡାଣ ବାତିଲ କରିବା ଏବଂ ଯାତ୍ରୀମାନଙ୍କ ସମସ୍ୟା ଦେଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ପୁରା ମାମଲାରେ ରିପୋର୍ଟ ମାଗିଛନ୍ତି । ଏୟାରଲାଇନକୁ କର୍ମଚାରୀଙ୍କ ସହ ଏହି ପ୍ରସଙ୍ଗକୁ ତୁରନ୍ତ ସମାଧାନ କରିବା ପାଇଁ କହିଛନ୍ତି ।

ଏୟାର ଇଣ୍ଡିଆ ଏକ୍ସପ୍ରେସର କର୍ମଚାରୀମାନେ ସାମୂହିକ ଛୁଟି ଏବଂ କର୍ମଚାରୀମାନଙ୍କ ଛଟେଇ କାରଣରୁ ଯୋଗୁଁ କମ୍ପାନୀ ବିମାନ ରଦ୍ଦ କରିଛି । କମ୍ପାନୀ ଏନେଇ ଯାତ୍ରୀଙ୍କୁ ପୂର୍ବରୁ ସୂଚନା ଦେଇସାରିଛି । ମଙ୍ଗଳବାର ରାତିରେ ପାଖାପାଖି ୧୦୦ଟି ଫ୍ଲାଇଟ୍ ବାତିଲ କରାଯାଇଥିଲା । ଏହାଛଡା ପ୍ରତ୍ୟେକ ଦିନ ୪୦ ବିମାନକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି ଏୟାର ଲାଇନ୍ସ । ଏଭଳି ୧୩ ମଇ ପର୍ଯ୍ୟନ୍ତ ହେବ ବୋଲି ଜଣାପଡିଛି ।

ତେବେ କମ୍ପାନୀର ସମସ୍ତ ଅନ୍ୟ କର୍ମଚାରୀଙ୍କୁ ଆଜି ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ କାମକୁ ଫେରିବାକୁ ନିର୍ଦ୍ଦେଶ ଦେଇଛି ଏୟାରଲାଇନ୍ସ । ଯଦି ସେମାନେ ନ ଫେରନ୍ତି, ତେବେ ବହିଷ୍କୃତ କରାଯିବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ବୁଧବାର ଦିନ ୩୦୦ରୁ ଅଧିକ କର୍ମଚାରୀ ସମୂହ ଛୁଟିରେ ଯିବାକୁ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଏଭଳି ସମସ୍ୟା ଦେଖାଦେଇଥିଲା । ଗତ ମାସରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ କ୍ୟାବିନ କ୍ରୁ୍ୟ ମେମ୍ବରଙ୍କ ଏକ ଟିମ୍ ଅଭିଯୋଗ କରିଥିଲେ କି, ମ୍ୟାନେଜମେଣ୍ଟ ଠିକ୍ ଭାବେ କାମ କରୁନି । କର୍ମଚାରୀଙ୍କ ସହ ସମାନ ବ୍ୟବହାର ପ୍ରଦର୍ଶନ କରାଯାଉନି । ପରିଚାଳନାଗତ ତ୍ରୁଟି ହେତୁ କ୍ରୁ ସଦସ୍ୟା ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । କମ୍ପାନୀ ଏଥିପାଇଁ ୨୫ ରୁ ୩୦ ସଦସ୍ୟଙ୍କୁ ବହିଷ୍କୃତ କରିଛି ।

କମ୍ପାନୀ ପକ୍ଷରୁ ଯାତ୍ରୀମାନଙ୍କୁ ରିଫଣ୍ଡ ବା ବିମାନ ସେବା ଅପସନ ଦିଆଯାଇଛି । ଏହା ବ୍ୟତୀତ ଏୟାରଲାଇନ ପକ୍ଷରୁ ରିଭାଇଜଡ୍ ଫ୍ଲାଇଟ ସେଡ୍ୟୁଲ ମଧ୍ୟ ଜାରି କରାଯାଇଛି । କମ୍ପାନୀ ଲଗାତାର ଲୋକଙ୍କୁ ଅପିଲ କରିଆସୁଛି  ଏୟାରପୋର୍ଟ ଯିବା ପୂର୍ବରୁ ଚେକ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.