ଏବେ ସହଜରେ ପାଇବେ ତତ୍କାଳର କନଫର୍ମ ଟିକେଟ, ବୁକିଂ ପୂର୍ବରୁ କରନ୍ତୁ ଏହି କାମ

ଅଳ୍ପ ଦୂରକୁ ଯିବା ପାଇଁ ଲୋକମାନେ ସାଧାରଣ ଟିକେଟରେ ଯାତ୍ରା କରନ୍ତି । କିନ୍ତୁ ଯେତେବେଳେ ଦୂର ଦୂରାନ୍ତରକୁ ଯାତ୍ରା କଥା ଆସେ, ସେତେବେଳେ ରିଜର୍ଭେସନ୍‌ କରିବାକୁ ହୋଇଥାଏ ।

ଭାରତରେ ଲମ୍ବା ଯାତ୍ରା କରିବା ପାଇଁ ଲୋକମାନେ ଟ୍ରେନ୍ ରେ ଟିକେଟ୍‌ କରନ୍ତି । ଅଳ୍ପ ଦୂରକୁ ଯିବା ପାଇଁ ଲୋକମାନେ ସାଧାରଣ ଟିକେଟରେ ଯାତ୍ରା କରନ୍ତି । କିନ୍ତୁ ଯେତେବେଳେ ଦୂର ଦୂରାନ୍ତରକୁ ଯାତ୍ରା କଥା ଆସେ, ସେତେବେଳେ ରିଜର୍ଭେସନ୍‌ କରିବାକୁ ହୋଇଥାଏ । ହଠାତ୍ ଯାତ୍ରା କରିବା ପ୍ଲାନ୍‌ ହେଲେ ଭାରତୀୟ ରେଳ ଆମକୁ ତୁରନ୍ତ ଟିକେଟ୍ ବୁକିଂର ସୁବିଧା ଯୋଗାଇଥାଏ । କିନ୍ତୁ କନଫର୍ମ ଟିକେଟ୍ ହାସଲ କରିବା କୌଣସି ଏକ ବଡ଼ ସଫଳତା ଠାରୁ କମ୍ ନୁହେଁ ।

ତତ୍କାଳରେ ଲିମିଟେଡ୍‌ ସିଟ୍ ଥାଏ ଏବଂ ବୁକିଂ ଗୋଟିଏ ସମୟରେ ହେଉଥିବାରୁ କନଫର୍ମ ଟିକେଟ୍‌ ମିଳିବା ମୁସ୍କିଲ ହୋଇପଡ଼େ । ଆପଣ ମଧ୍ୟ କେବେ ନା କେବେ କନଫର୍ମ ଟିକେଟ୍‌ ପାଇବାରେ ସମସ୍ୟାର ସମ୍ମୁଖୀନ ହୋଇଥିବେ । ତତ୍କାଳରେ ଟ୍ରେନ୍ ଟିକେଟ୍ ବୁକିଂ କରୁଥିବା ଅଧିକାଂଶ ୟୁଜର୍ସଙ୍କୁ କେବଳ ୱେଟିଙ୍ଗ୍‌ ଲିଷ୍ଟରେ ଟିକେଟ୍ ମିଳେ ।

ଯଦି ଆପଣ ବି ବାରମ୍ବାର ୱେଟିଙ୍ଗ୍‌ ଲିଷ୍ଟରେ ଟିକେଟ୍ ପାଉଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କ ସମସ୍ୟାର ସମାଧାନ ଆସିଯାଇଛି । ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ପ୍ରତ୍ୟେକ ଥର ଏକ କନଫର୍ମ ଟିକେଟ୍ ପାଇବାରେ ସାହାଯ୍ୟ କରିବ । ଏଥିପାଇଁ ଆପଣଙ୍କୁ କେବଳ ୱେବସାଇଟରେ ଏକ ଛୋଟ ସେଟିଂ କରିବାକୁ ପଡିବ ।

ତତ୍କାଳ ଟିକେଟରେ ସମୟ ବଞ୍ଚାଇବା ବହୁତ ଜରୁରୀ । ଯଦି ଆପଣ କିଛି ସେକେଣ୍ଡ ମଧ୍ୟ ନଷ୍ଟ କରନ୍ତି ତେବେ ଆପଣ ୱେଟିଙ୍ଗ୍‌ ଲିଷ୍ଟକୁ ପଳାଇ ଆସିବେ । ତତ୍କାଳରେ ୨ରୁ ୪ ମିନିଟ୍ ମଧ୍ୟରେ ସବୁ ଟିକେଟ୍‌ ବୁକ୍ ହୋଇଯାଏ, ତେଣୁ ଆପଣଙ୍କୁ ଶୀଘ୍ର ଶୀଘ୍ର ନିଜ ଡିଟେଲ୍ସ ଭରିବାକୁ ପଡ଼ିବ । ଏହି ସମୟରେ ଅଧିକାଂଶ ୟୁଜର ଭୁଲ୍ କରନ୍ତି । ପେସେଞ୍ଜର ଡିଟେଲ୍ସ ପୂରଣ କରିବା ପାଇଁ ଅନେକ ୟୁଜର ବହୁତ ସମୟ ନିଅନ୍ତି ଏବଂ ଏହାରି ଭିତରେ ସବୁ ସିଟ୍ ବୁକ୍ ହୋଇଯାଏ ।

ଏହି ସମସ୍ୟାକୁ ଏଡାଇବା ପାଇଁ ଭାରତୀୟ ରେଳ ନିଜେ ଅପ୍ସନ ଦେଉଛି । କିନ୍ତୁ ଅନେକ ଲୋକ ଏହି ଅପ୍ସନ ବିଷୟରେ ଜାଣି ନାହାନ୍ତି । ଭାରତୀୟ ରେଳବାଇର ୱେବସାଇଟରେ ଆପଣ ମାଷ୍ଟର ଲିଷ୍ଟ ତିଆରି କରିବାର ଅପ୍ସନ ପାଇବେ । ଏହି ଲିଷ୍ଟରେ ଆପଣ ଯାତ୍ରୀମାନଙ୍କ ଡିଟେଲ୍ସ ପୂର୍ବରୁ ଭରି ପାରିବେ, ଯେଉଁମାନେ ରିଜର୍ଭେସନରେ ଟିକେଟ୍‌ କରୁଥିବେ ।

ଥରେ ଆପଣ ମାଷ୍ଟର ଲିଷ୍ଟ ପ୍ରସ୍ତୁତ କଲେ ଆପଣଙ୍କୁ ତତ୍କାଳ ଟିକେଟ୍ ବୁକ୍‌ କରିବା ସମୟରେ ଯାତ୍ରୀ ଡିଟେଲ୍ସ ଭରିବାରେ ସମୟ ନଷ୍ଟ ହେବ ନାହିଁ । ତତ୍କାଳ ଟିକେଟ୍ ବୁକିଂ ଆରମ୍ଭ ହେବା ମାତ୍ରେ ଆପଣ ଆଡ୍‌ ପେସେଞ୍ଜର ଡିଟେଲ୍ସରେ ଯାଇ ମାତ୍ର ଥରେ କ୍ଲିକ୍‌ କରିବେ । ଏହା ଦ୍ୱାରା ଆପଣ ଗୋଟିଏ କ୍ଲିକ୍ ରେ ଯାତ୍ରୀଙ୍କୁ ଯୋଡିପାରିବେ । ଏହା ପରେ ଆପଣ ସିଧାସଳଖ ପେମେଣ୍ଟ ମୋଡକୁ ଯାଇପାରିବେ ।

Leave A Reply

Your email address will not be published.