ପାହାଡ଼ରୁ ପଥର ଖସି ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ରେଳ ଚଳାଚଳ ବାଧାପ୍ରାପ୍ତ
ଆନ୍ଧ୍ରପ୍ରଦେଶ ଶିବଲିଙ୍ଗପୁରମ ନିକଟରେଅଘଟଣ । ଏଠାରେ ରେଳ ଇଞ୍ଜିନ ଉପରେ ପଥର ପଡ଼ିବାରୁ ଇଞ୍ଜିନ ଲାଇନଚ୍ୟୁତ ଥିବା ଜଣାପଡ଼ିଛି। ଏହାଫଳରେ କୋରାପୁଟ -ଆରୁକୁ -ବିଶାଖାପାଟଣା ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଛି।
![train](https://knewsodisha.com/wp-content/uploads/2024/05/train-4.jpg)
କୋରାପୁଟ (କେନ୍ୟୁଜ): ପୁଣି ଲାଇନଚ୍ୟୁତ ହେଲା ମାଲ ବୋଝେଇ ଟ୍ରେନ୍ । ଆନ୍ଧ୍ରପ୍ରଦେଶ ଶିବଲିଙ୍ଗପୁରମ ନିକଟରେ ଏକ ମାଲବାହୀ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ଏଠାରେ ରେଳ ଇଞ୍ଜିନ ଉପରେ ପଥର ପଡ଼ିବାରୁ ଇଞ୍ଜିନ ଲାଇନଚ୍ୟୁତ ଥିବା ଜଣାପଡ଼ିଛି। ଏହାଫଳରେ କୋରାପୁଟ -ଆରୁକୁ -ବିଶାଖାପାଟଣା ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଛି। ଶିବଲିଙ୍ଗପୁରମ-ତ୍ୟାଡା ଷ୍ଟେସନ ମଧ୍ୟରେ ପାହାଡ଼ରୁ ପଥର ଧସି ରେଳ ଧାରଣା ଉପରେ ପଡ଼ିଛି।