ଆଜି ଦେଶରେ ଚତୁର୍ଥ ପର୍ୟ୍ୟାୟ ଲୋକସଭା ନିର୍ବାଚନ, ୧୭୧୭ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୬ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ସିଟ୍ ଓ ତେଲେଙ୍ଗାନାର ସମସ୍ତ ୧୭ ସିଟ୍ ପାଇଁ ଆଜି ଗୋଟିଏ ଦିନରେ ଭୋଟ ଗ୍ରହଣ ହେଉଛି । ଉତ୍ତର ପ୍ରଦେଶର ୧୩, ମହରାଷ୍ଟ୍ରର ୧୧, ପଶ୍ଚିମବଙ୍ଗର ୮, ମଧ୍ୟପ୍ରଦେଶର ୮, ବିହାର ଓ ଝାଡ଼ଖଣ୍ଡର ୫ଟି ଲେଖାଏଁ ଆସନ, ଓଡ଼ିଶାର ୪ଟି ଏବଂ ଜମ୍ମୁ କାଶ୍ମୀରର ଗୋଟିଏ ଆସନରେ ଭୋଟିଂ ହେଉଛି । ଏହି ପର୍ଯ୍ୟାୟରେ ମୈଦାନରେ ୧ହଜାର ୭୧୭ ପ୍ରାର୍ଥୀ ଅଛନ୍ତି ।

ନୂଆଦିଲ୍ଲୀ : ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ  ।  ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୬ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।  ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ସିଟ୍ ଓ ତେଲେଙ୍ଗାନାର ସମସ୍ତ ୧୭ ସିଟ୍ ପାଇଁ ଆଜି ଗୋଟିଏ ଦିନରେ ଭୋଟ ଗ୍ରହଣ ହେଉଛି ।  ଉତ୍ତର ପ୍ରଦେଶର ୧୩, ମହରାଷ୍ଟ୍ରର ୧୧, ପଶ୍ଚିମବଙ୍ଗର ୮, ମଧ୍ୟପ୍ରଦେଶର ୮, ବିହାର ଓ ଝାଡ଼ଖଣ୍ଡର ୫ଟି ଲେଖାଏଁ ଆସନ, ଓଡ଼ିଶାର ୪ଟି ଏବଂ ଜମ୍ମୁ କାଶ୍ମୀରର ଗୋଟିଏ ଆସନରେ ଭୋଟିଂ ହେଉଛି  ।  ଏହି ପର୍ଯ୍ୟାୟରେ ମୈଦାନରେ ୧ହଜାର ୭୧୭ ପ୍ରାର୍ଥୀ ଅଛନ୍ତି  ।

୨୦୧୯ରେ ଏହି ୯୬ ଆସନରୁ ଏନଡିଏ ୫୦ ଆସନରେ ବିଜୟୀ ହୋଇଥିଲା ।  କଂଗ୍ରେସ ନେତୃତ୍ବାଧୀନ ୟୁପିଏ ୧୩ ସିଟ୍ ପାଇଥିଲା ।   ଆନ୍ଧ୍ର ପ୍ରଦେଶର ୱାଇ ଏସଆର କଂଗ୍ରେସ ୨୨ ସିଟରେ ବିଜୟୀ ହୋଇଥିଲା ।  ଚତୁର୍ଥ ପର୍ଯ୍ୟାୟରେ ୫ କେନ୍ଦ୍ର ମନ୍ତ୍ରୀଙ୍କ ସହ ବହୁ ହେଭିୱେଟ୍ ଭାଗ୍ୟ ପରୀକ୍ଷା ଦେଉଛନ୍ତି ।  ଗିରିରାଜ ସିଂ, ଅଧୀର ରଞ୍ଜନ ଚୌଧୁରୀ, ମହୁଆ ମଇତ୍ର, ଅଖିଲେଶ ଯାଦବ, ଶତ୍ରୁଘ୍ନ ସିହ୍ନା, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟ, ମାଧବୀଲତା, ଆସାଉଦ୍ଦିନ ଓୱେସି ପ୍ରମୁଖ ମୈଦାନରେ ଅଛନ୍ତି ।  ଆଜି ଏକା ସାଙ୍ଗରେ ୯୬ ଲୋକସଭା ଆସନ ସହ ୨୦୪ ବିଧାନସଭା ଆସନରେ ମତଦାନ ହେଉଛି ।  ଆନ୍ଧ୍ର ପ୍ରଦେଶର ସମସ୍ତ ଲୋକସଭା ଆସନ ସହ ସମସ୍ତ ୧୭୫ ବିଧାନସଭା ଆସନ, ତେଲେଙ୍ଗାନାର ସିକନ୍ଦରାବାଦ ବିଧାନସଭା ଆସନ ଏବଂ ଓଡ଼ିଶାର ୨୮ ବିଧାନସଭା ଆସନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।

Leave A Reply

Your email address will not be published.