Below header

ଗ୍ରୀନ୍‌ ଡ୍ରେସ୍‌ ପିନ୍ଧି କମାଲ ଦେଖାଇଲେ ବିପାସା, ଫ୍ୟାନ୍ସଙ୍କୁ ପସନ୍ଦ ଆସିଲା ତାଙ୍କ ଷ୍ଟାଇଲିସ୍‌ ଅନ୍ଦାଜ୍‌

ନିକଟରେ ଏୟାରପୋର୍ଟ ଠାରେ ବିପାସା ଗ୍ରୀନ୍‌ କଲରର ଷ୍ଟାଇଲିସ୍‌ ଡ୍ରେସରେ ନଜର ଆସିଥିଲେ । ଯେଉଁଥିରେ ତାଙ୍କ ଭିନ୍ନ ଲୁକ୍‌ ଫ୍ୟାନ୍ସଙ୍କୁ ଆକର୍ଷିତ କରିଥିଲା । ବିପାସା ବାସୁଙ୍କ ଏହି ଗ୍ରୀନ ଡ୍ରେସ୍‌ ଏକ ଜମ୍ପ ସୁଟ୍‌ ଥିଲା ।

ଭିନ୍ନ ଅନ୍ଦାଜ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବିପାସା ବାସୁ । ତାଙ୍କ ଷ୍ଟାଇଲ୍‌ ଆଗରେ ଅନ୍ୟ କଳାକାରଙ୍କ ଷ୍ଟାଇଲ୍‌ ଫିକା ପଡ଼ିଯାଏ । ବଲିଉଡ କଳାକାର ବିପାସା ବାସୁ ନିଜ ଫ୍ୟାସନ୍‌ ସେନ୍ସ ପାଇଁ ଫ୍ୟାନ୍ସମାନଙ୍କ ହୃଦୟ ଜିତନ୍ତି । ବର୍ତ୍ତମାନ ପୁଣି ଥରେ ସେ ନିଜ ଷ୍ଟାଇଲିସ୍‌ ଅନ୍ଦାଜ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।

ନିକଟରେ ଏୟାରପୋର୍ଟ ଠାରେ ବିପାସା ଗ୍ରୀନ୍‌ କଲରର ଷ୍ଟାଇଲିସ୍‌ ଡ୍ରେସରେ ନଜର ଆସିଥିଲେ । ଯେଉଁଥିରେ ତାଙ୍କ ଭିନ୍ନ ଲୁକ୍‌ ଫ୍ୟାନ୍ସଙ୍କୁ ଆକର୍ଷିତ କରିଥିଲା । ବିପାସା ବାସୁଙ୍କ ଏହି ଗ୍ରୀନ ଡ୍ରେସ୍‌ ଏକ ଜମ୍ପ ସୁଟ୍‌ ଥିଲା । କିନ୍ତୁ ଇଣ୍ଡିଆନ୍‌ ଟ୍ଵିଷ୍ଟରେ ସେ ଏହି ଡ୍ରେସ୍‌ କୁ ଭିନ୍ନ ଲୁକ୍‌ ଦେଇଥିଲେ । ବିପାସା ବାସୁଙ୍କ ଏହି ଗ୍ରୀନ୍‌ କଲରର ଜମ୍ପ ସୁଟ୍‌ ଧୋତି ଷ୍ଟାଇଲରେ ଡିଜାଇନ୍‌ କରାଯାଇଥିଲା । ଏହି ଡ୍ରେସ ଉପରେ ସେ ଏକ ଗ୍ରୀନ୍‌ ରଙ୍ଗର ଜ୍ୟାକେଟ୍‌ ପିନ୍ଧିଥିଲେ । ଯେଉଁଥିରେ ଷ୍ଟୋନରେ କାମ ହୋଇଥିବା ଦେଖିବାକୁ ମିଳିଥିଲା ।

ବିପାସା ଏହି ଇଣ୍ଡିଆନ୍‌ ଟ୍ଵିଷ୍ଟ ଥିବା ଜମ୍ପସୁଟ୍‌ ସହ ଧଳା ରଙ୍ଗର ଷ୍ଟାଇଲ୍‌ ହିଲ୍‌ ପିନ୍ଧିଥିଲେ । ବିପାସାଙ୍କ ଏହି ଆଉଟ୍‌ ଫିଟ୍‌ କୁ ଦେଖିବା ପରେ ଜଣା ପଡ଼ିଥିଲା କି ସେ କୌଣସି ଇଭେଣ୍ଟରୁ ଫେରୁଥିଲେ । ସେ ତାଙ୍କ ଚୁଟି ଖୋଲା ରଖିବା ସହ ମ୍ୟାଟ୍‌ ଲିପଷ୍ଟିକ୍‌ ଲଗାଇଥିଲେ, ଯାହା ତାଙ୍କ ଲୁକ୍‌ କୁ ଜବରଦସ୍ତ କରିଥିଲା । ବିପାସା ଲାଇଟ୍‌ ମେକ୍‌ଅପ୍‌ରେ ବହୁତ ସୁନ୍ଦର ଲାଗୁଥିଲେ । ବିପାସାଙ୍କ ଏହି ଭିନ୍ନ ଅନ୍ଦାଜ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.